Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଇଣ୍ଡିଗୋର ନୂଆ ସେବା ଆରମ୍ଭ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ନୂଆ ସେବା ଆରମ୍ଭ କରିବାକୁ ଯାଉଛି । ଫଳରେ ବୋର୍ଡିଂ ସମୟରେ ହେଉଥିବା ସମସ୍ୟାରୁ ମୁକ୍ତି ପାଇବେ ଯାତ୍ରୀ । ବିମାନରେ ବୋର୍ଡିଂ ସମୟରେ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ । ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନିଜ ନମ୍ବରକୁ ଅପେକ୍ଷା କରୁଥିଲେ ଯାତ୍ରୀ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଇଣ୍ଡିଗୋ ନୂଆ ସେବା ଆରମ୍ଭ କରିବାକୁ ଯାଉଛି । ଏହି ସେବା ଯାତ୍ରୀମାନେ ଅଫିସିଆଲ ଓ୍ୱେବସାଇଟ, ମୋବାଇଲ ଆପରୁ ଟିକେଟ ବୁକିଂ ସମୟରେ ନେଇ ପାରିବେ ବୋଲି ଇଣ୍ଡିଗୋ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ।
ଏପରିକି ପ୍ରତିଟି ଉଡ଼ାଣରେ ୪୦୦ ଟଙ୍କା ଅଧିକ ଦେଇ ମାଇ ପୋର୍ଟାଲ ମାଧ୍ୟମରେ ବୁକିଂ ସମୟରେ ଏହି ସେବାକୁ ନେଇପାରିବେ ଯାତ୍ରୀ । ସୂଚନା ଯୋଗ୍ୟ ଦେଶର ସବୁଠାରୁ ବଡ଼ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ପ୍ରାଥମିକ ପର‌୍ୟ୍ୟାୟରେ ଦେଶର ବଡ଼ ସହରକୁ ଉଡ଼ାଣ ଭରୁଥିବା ଯାତ୍ରୀଙ୍କୁ ଯୋଗାଇ ଦେବ । ପରେ ସମସ୍ତ ଘରୋଇ ଉଡ଼ାଣ ପାଇଁ ଲାଗୁ ହେବ ବୋଲି ସୂଚନା ରହିଛି । କମ୍ପାନୀ ପକ୍ଷରୁ କୁହାଯାଇଛି କି ପ୍ରଥମେ ଆସ- ପ୍ରଥମେ ପାଅ ସୁବିଧା ଆଧାରରେ ଏହି ସେବାକୁ ଯୋଗାଇ ଦିଆଯିବ । ତେବେ ଏହା ସୀମିତ ସଂଖ୍ୟା ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top