Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ୟୁଏଇରେ ଆଇପିଏଲ୍, ଓଡ଼ିଶାରେ ବେଟିଂ

ଝାରସୁଗୁଡ଼ା,ଓଡ଼ିଶା ୱେୟାର) : ଆଇପିଏଲ୍ ଆରମ୍ଭ ହେବା ମାତ୍ରକେ ଆରମ୍ଭ ହୋଇଥାଏ ବେଟିଂ। ବର୍ତ୍ତମାନ ୟୁଏଇରେ ଚାଲିଛି ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍। ଆଉ ଓଡ଼ିଶାରେ ଦୁନିଆର ଏହି ବ୍ୟୟବହୁଳ ଲିଗ୍ ପାଇଁ ଚାଲିଛି ବେଟିଂ। ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଆଇପିଏଲ୍ ବେଟିଂର ଏକ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ପୁଲିସ୍ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି।
ଦୁବାଇରୁ ଭାୟା କୋଲକାତା ଦେଇ ଚାଲିଥିଲା ଏହି ବେଟିଂ। ଝାରସୁଗୁଡା ସହରର ଗୋଶାଳା ଛକ ନିକଟରେ ଏକ କୋଠରୀରେ ବେଧଡ଼କ ବେଟିଂ ଚାଲିଥିଲା। ଖବର ପାଇ ଟାଉନ ପୁଲିସ୍ ଚଢ଼ାଉ କରିଥିଲା। ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଦୁଇ ଅଭିଯୁକ୍ତ ହେଲେ ହରିଶ ସାହୁ ଓ ଅକିଲ ଆଜିଜି ମୋତିବାଲା।
ମହମ୍ମଦ ଅକିଲ୍ ଆଜିଜି ମୋତିବାଲାଙ୍କ ନିକଟରୁ ନଗଦ ୩ଲକ୍ଷ ୮୦ହଜାର ଟଙ୍କା ସହ ଆଇପିଏଲ୍ ବେଟିଂ ନୋଟ୍ ଜବତ କରାଯାଇଛି। ସେହିପରି ହରିଶ ସାହୁଙ୍କ ଠାରୁ ୩ଲକ୍ଷ ଟଙ୍କା ସହ ଏକ ମୋବାଲ୍ ହ୍ୟାଣ୍ଡସେଟ୍ ଓ ଆଇପିଏଲ୍ ବେଟିଂ ନୋଟକୁ ଜବନ କରିଛି ପୁଲିସ।
ଏହି ମାମଲାରେ ଜଡିତ ଅନ୍ୟ ଦୁଇ ଜଣ ସମ୍ବଲପୁର ଓ କୋଲକାତାରେ ଥିବା ଝାରସୁଗୁଡା ଏସପି ପ୍ରେସମିଟରେ ଆଜି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top