Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ଅଭିଯୋଗ : କର୍ମଚାରୀଙ୍କ ଘେରାଉ ପରେ ଖୋଳତାଡ଼ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ୱେୟାର) : ନିଜ ଅଧସ୍ତନ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରିବା ଏବେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ପାଇଁ ଅଡ଼ୁଆ ବଢ଼ାଇଛି। କର୍ମଚାରୀମାନେ ଗତକାଲି ଏନେଇ ନିର୍ଦ୍ଦେଶକଙ୍କୁ ଘେରାଉ କରିବା ପରେ ବିଭାଗୀୟ ସଚିବଙ୍କ ପାଖରେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏପଟେ ବିଭାଗୀୟ ନିର୍ଦ୍ଦେଶକଙ୍କ ଏଭଳି ଆଚରଣ ଓ କର୍ମଚାରୀଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ଭିତରେ ଆଜି ଏହି ସମସ୍ତ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିବାବେଳେ ଗୁଇନ୍ଦା ବିଭାଗ ଏନେଇ ଅଢ଼େଇ ମିନିଟର ଏକ ଭିଡିଓ ମଧ୍ୟ ତୃତୀୟ ମହଲାକୁ ପ୍ରଦାନ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ଏଏସଓ ଗଣେଶ୍ୱର ଭୋଇଙ୍କୁ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଭାଇରାଲ ହୋଇଥିବା ଏକ ଭିଡିଓରେ କର୍ମଚାରୀମାନେ ଗତକାଲି ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀଙ୍କୁ ଅଫିସ ଘେରାଉ କରି ତାଙ୍କଠୁ କୈଫିୟତ ତଲବ କରିଥିଲେ। କେଉଁ କାରଣ ପାଇଁ ଏଭଳି ଜାତିଆଣ ଆକ୍ଷେପ କଲେ ବୋଲି ପଚାରିଥିଲେ। “ସେ ଭୋଇ ପିଲା କରୁନି, ସେ ଏସସି ପିଲାଟା, ମୂର୍ଖଟା କିଛି କରୁନି, ତାକୁ କାହିଁ ସେ ଦାୟିତ୍ୱରେ ରଖିଛନ୍ତି” ବୋଲି ଶ୍ରୀ ତ୍ରିପାଠୀ କହିଥିବା ନେଇ କର୍ମଚାରୀମାନେ ଅଭିଯୋଗ କରିଥିଲେ। ତେବେ ଏଭଳି ଜାତିଆଣ ଆକ୍ଷେପକୁ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ସିଧାସଳଖ ଖଣ୍ଡନ କରିିବା ସହ ତାଳିପକା ଉଦ୍ୟମ ଆରମ୍ଭ କରିଥିଲେ। ମାତ୍ର ଏଥିରେ କର୍ମଚାରୀମାନେ ସନ୍ତୁଷ୍ଟ ନହୋଇ ବିଭାଗୀୟ ସଚିବଙ୍କୁ ଲିଖିତ ଭାବେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କୋରାପୁଟ ଗସ୍ତରୁ ଫେରିବା ପରେ କର୍ମଚାରୀମାନେ ତାଙ୍କୁ ଏହି ଲିଖିତ ଅଭିଯୋଗ ଦେବେ ବୋଲି ଜଣାପଡ଼ିଛି ।
କର୍ମଚାରୀମାନଙ୍କ ମଧ୍ୟରେ ଏଭଳି ଅସନ୍ତୋଷ ଓ ଉତ୍ତେଜନା ସମ୍ପର୍କରେ ଗୁଇନ୍ଦା ବିଭାଗ ଆଜି ତୃତୀୟ ମହଲାକୁ ଅବଗତ କରିଥିବାବେଳେ ଏହି ଘଟଣାକୁ ରଫାଦଫା ନିମନ୍ତେ ଗୋଟିଏ ଗୋଷ୍ଠୀ ଜୋରଦାର ଉଦ୍ୟମ କରୁଥିବା ସୂଚନା ମିଳିଛି। ମାତ୍ର ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଏଭଳି ଆଚରଣ ପାଇଁ କ୍ଷମା ନମାଗିଲେ ଆଗାମୀ ଦିନରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର କର୍ମଚାରୀମାନଙ୍କୁ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଅନ୍ୟ ଏକ ଗୋଷ୍ଠୀ ଚେତାବନୀ ଦେଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top