Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଈଶ୍ୱରଙ୍କ ଉପରେ ନବୀନ ମେହରବାନ୍

ଭୁବନେଶ୍ୱର : ବିଜେଡି ରାଜ୍ୟ ସମ୍ପାଦକ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ପାଣିଗ୍ରାହୀଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛନ୍ତି । ଏହା ସହିତ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ସୁକାନ୍ତି ବାଗଡୋରିଆଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଆଜି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ତେବେ ଦୀର୍ଘଦିନ ଧରି ଅଣଦେଖା ହୋଇ ରହିଥିବା ଶ୍ରୀ ପାଣିଗ୍ରାହୀଙ୍କ ପ୍ରତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏଭଳି ମେହରବାନକୁ ନେଇ ଦଳରେ ଚର୍ଚ୍ଚା । ବିଜେଡିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ଭାବେ ଶ୍ରୀ ପାଣିଗ୍ରାହୀ ଜଣାଶୁଣା । ଜୟରାମ ପାଙ୍ଗୀଙ୍କୁ ବିଜେଡି ନିଲମ୍ବିତ କରିବା ଓ ସେ ଦଳ ଛାଡ଼ି ବିଜେପିରେ ଯୋଗ ଦେବା ପରେ ଶ୍ରୀ ପାଣିଗ୍ରାହୀଙ୍କୁ କୋରାପୁଟ ଜିଲ୍ଲା ସଂଗଠନରେ ଅପେକ୍ଷାକୃତ ଗୁରୁତ୍ୱ ମିଳିଛି । ବୈଜୟନ୍ତଙ୍କ କ୍ୟାମ୍ପରୁ ଶ୍ରୀ ପାଣିଗ୍ରାହୀଙ୍କୁ ଦୂରେଇ ରଖିବା ପାଇଁ ତାଙ୍କୁ ପ୍ରଥମେ ଦଳର ରାଜ୍ୟ ସମ୍ପାଦକ ଓ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ କରାଯାଇଥିଲା । ଏବେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ଦିଆଯାଇଛି । କୋରାପୁଟ ସାଂସଦ ଝିନ୍ନ ହିକକା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ସେ ବିଜେଡି ଅନୁସୂଚିତ ଜନଜାତି ସାମ୍ମୁଖ୍ୟର ଉପସଭାପତି ହେବା ପରେ ଶ୍ରୀ ପାଣିଗ୍ରାହୀଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । କୋରାପୁଟ ଜିଲ୍ଲା ସଂଗଠନ ଉପରେ ଶ୍ରୀ ପାଣିଗ୍ରାହୀଙ୍କର ମଧ୍ୟ ବେଶ୍ ପ୍ରଭାବ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ତାରିଖରେ ଗୁରୁପ୍ରିୟା ସେତୁ ଉଦ୍ଘାଟନ କରିବା ପାଇଁ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଉଥିବାରୁ ତା’ ପୂର୍ବରୁ ଶ୍ରୀ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦେଇ ବିଜେଡି ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛି । ସୂଚନାଯୋଗ୍ୟ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ମାଲକାନଗିରିର ବଙ୍ଗୀୟ ଭୋଟ୍କୁ ଆକର୍ଷିତ କରିବା ପାଇଁ ଦୀର୍ଘଦିନ ଧରି ଅଣଦେଖା ହୋଇ ରହିଥିବା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top