Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପତ୍ନୀଙ୍କ ସହିତ ଜୋର ଜବରଦସ୍ତକୁ କୁହାଯିବ ଦୁଷ୍କର୍ମ : କର୍ଣ୍ଣାଟକ ହାଇକୋର୍ଟ

ଥିରୁଅନନ୍ତପୁରମ : ସ୍ତ୍ରୀଙ୍କ ସହିତ ଜୋର ଜବରଦସ୍ତ କିମ୍ବା ଦୁଷ୍କର୍ମକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ ଘୋଷଣା କରିଛନ୍ତି । ହାଇକୋର୍ଟଙ୍କ ରାୟ ଅନୁଯାୟୀ ଜଣେ ବ୍ୟକ୍ତି ଯଦି ପତ୍ନୀଙ୍କ ସହିତ ବଳାତ୍କାର କରୁଛନ୍ତି କିମ୍ବା ଜୋର ଜବରଦସ୍ତ କରିବାକୁ ଚେଷ୍ଟା କରିଛନ୍ତି ତେବେ ସେମାନେ ଦଣ୍ଡରୁ ବର୍ତ୍ତୀପାରିବେ ନାହିଁ କିମ୍ବା ଆଇନ ହାତରୁ ରକ୍ଷା ପାଇପାରିବେ ନାହିଁ । କୋର୍ଟ ଏହା ମଧ୍ୟ କହିଛନ୍ତିକି “ବଳାତ୍କାରର ମାନେ ହେଉଛି ବଳାତ୍କାର” । ପତ୍ନୀଙ୍କ ସହିତ ଜୋର ଜବରଦସ୍ତକୁ ଦୁଷ୍କର୍ମ କୁହାଯିବ । ପତ୍ନୀଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହ ସମ୍ବନ୍ଧ ରଖିବାକୁ ଦୁଷ୍କର୍ମ ଶ୍ରେଣୀ ଭୁକ୍ତ କରାଯିବ । କୋର୍ଟ ଏହା ମଧ୍ୟ କହିଛନ୍ତିକି ଏହା ସମାନତା ଅଧିକାର ବିରୋଧୀ । କୋର୍ଟଙ୍କ ଅନୁଯାୟୀ ସଂସଦ ମାନେ ମଧ୍ୟ ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେବା ସହ ସମାଜରେ ରହିଆସୁଥିବା ଅସମାନତା ଗୁଡିକ ପ୍ରତି ଧ୍ୟାନ ଦେବା ଉଚିତ ।

ଅନ୍ୟପକ୍ଷରେ ଏକ ଜଣିଆ ଖଣ୍ଡପୀଠ ନ୍ୟାୟମୂର୍ତ୍ତି ଜଷ୍ଟିସ ଏମ. ନାଗାରତ୍ନା ଜଚିକା ଦାୟର କରିଥିବା ବ୍ୟକ୍ତିଙ୍କୁ କହିଛନ୍ତିକି କାହିଁ କେଉଁ କାଳରୁ ରହିଆସିଥିବା ପୁରୁଣା ଚିନ୍ତାଧାରା ଗୁଡିକୁ ହଟାଇ ଦେବା ଆବଶ୍ୟକ । ସେ ସମୟରେ ପାଟି ନିଜ ପତ୍ନୀଙ୍କର ଶାସକ ଥିଲେ । ସ୍ତ୍ରୀ ମାନଙ୍କର ଶରୀର, ମନ ତଥା ଆତ୍ମାର ମାଲିକ ଥିଲେ ସ୍ୱାମୀ । ଏବେ ମଧ୍ୟ ଅନେକ ସ୍ଥାନରେ ଏହି ଧାରା ଚାଲି ଆସୁଛି । ଏହାର ପ୍ରଭାବ ସିଧାସଳଖ ପ୍ରଭାବ ଆମ ଉପରେ ପଡୁଛି । ମନୋବୈଜ୍ଞାନିକ.ଓ ଶାରୀରିକ ଅବସ୍ଥାରେ ପଡିଥାଏ । ସ୍ୱାମୀଙ୍କର ଏହିପରି ପଶୁତୁଲ୍ୟ ବ୍ୟବହାର ପତ୍ନୀଙ୍କ ଆତ୍ମାକୁ ଗଭୀର ଆଘାତ ପହଞ୍ଚାଇଥାଏ । ଆଇନ ନିର୍ମାତା ମାନେ ନୀରବତାର ଶବ୍ଦକୁ ଶୁଣିବା ଉଚିତ । ପ୍ରକୃତରେ ଜଣେ ପତ୍ନୀ ନିଜ ସ୍ୱାମୀଙ୍କ ବିରୋଧରେ ଜବରଦସ୍ତ ସମ୍ଭନ୍ଧ ରଖିବା ଆରୋପରେ ଧାରା ୩୭୬ ଆଧାରରେ ଏକ ଦୁଷ୍କର୍ମ କେଶ ଦର୍ଜ କରିଥିଲେ । କିନ୍ତୁ ଆରୋପି ପତି ହାଇକୋର୍ଟରେ ଧାରା ୩୭୬ କୁ ହଟାଇବା ନେଇ ଦାବି କରି ଯାଚିକା ଦାୟର କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top