ବ୍ରହ୍ମପୁର,(ଓଡ଼ିଶା ୱେୟାର) : ଗଞ୍ଜାମରେ ଷ୍ଟୋନ ମ୍ୟାନ ଆତଙ୍କ। ପଥରରେ ଛେଚି ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗାଁରେ ହତ୍ୟାକାଣ୍ଡ ।
ମନ୍ଦିରରେ ଶୋଇଥିବାବେଳେ ବିନାୟକ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ସ୍ଥାନୀୟ ଲୋକେ ମୃତ ଦେହ ଦେଖିବା ପରେ ପୁରୁଷୋତ୍ତମପୁର ଥାନା ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


