Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଅପରାଧ

‘କୁନ୍ଦୁଲି ପୀଡ଼ିତାଙ୍କ ଅନ୍ତବସ୍ତ୍ରରେ ସିମେନ ମିଳିନି’

ଭୁବନେଶ୍ୱର : ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଦୁଷ୍କର୍ମ ମାମଲାରେ ଏକ ନୂଆ ମୋଡ ଆସିଛି । ପୀଡ଼ିତାର ଅନ୍ତବସ୍ତ୍ରରେ ‘ ସିମେନ ’ ଦାଗ ନାହିଁ ବୋଲି କୋଲକାତାସ୍ଥିତ କେନ୍ଦ୍ରୀୟ ଫରେନ୍ସିକ ଲ୍ୟାବ ସ୍ପଷ୍ଟ କରିଛି । ପୂର୍ବରୁ ରାଜ୍ୟ ଫରେନ୍ସିକ ଲ୍ୟାବ ମଧ୍ୟ ପୀଡ଼ିତାର ଅନ୍ତବସ୍ତ୍ରରେ ସିମେନ ଦାଗ ନଥିବା କହିଥିଲା । କିନ୍ତୁ ଗଣମାଧ୍ୟମ ରିପୋର୍ଟରେ ପୀଡ଼ିତାର ଅନ୍ତବସ୍ତ୍ରରେ ସିମେନ ଦାଗ ରହିଥିବା ପ୍ରାରମ୍ଭିକ ତଦନ୍ତବେଳେ ଉଲ୍ଲେଖ ଥିବା ଦର୍ଶାଯାଇଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।
କଟକସ୍ଥିତ ରାଜ୍ୟ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟର ଏସପି ରାଧା ବିନୋଦ ପାଣିଗ୍ରାହୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, କୋଲକାତାସ୍ଥିତ କେନ୍ଦ୍ରୀୟ ଫରୋନ୍ସିକ ସାଇନ୍ସ ଲ୍ୟାବରୁ ଆସିଥିବା ରିପୋର୍ଟରେ ପୀଡ଼ିତାଙ୍କ ଅନ୍ତବସ୍ତ୍ରରେ କୌଣସି ସିମେନ ନଥିବା ସ୍ପଷ୍ଟ ହୋଇଛି । ଏହି ରିପୋର୍ଟକୁ କେନ୍ଦ୍ରୀୟ ଫରୋନ୍ସିକ ଲ୍ୟାବ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିଲା । ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ ପୀଡ଼ିତାର ଅନ୍ତ୍ରବସ୍ତ୍ରରେ କେବଳ ମଣିଷର ରକ୍ତ ଦାଗ ମିଳିଛି । କୌଣସି ସ୍ଥାନରେ ସିମେନ୍ ମିଳିନାହିଁ । ଯାହା ରାଜ୍ୟ ଫରେନ୍ସିକ ଲ୍ୟାବର ନିରପେକ୍ଷତାକୁ ପ୍ରମାଣିତ କରୁଛି । ରାଜ୍ୟ ଫରେନ୍ସିକ ଲ୍ୟାବ ପକ୍ଷରୁ ୨୦୧୭ ସେପ୍ଟେମ୍ବର ୨୩ତାରିଖରେ ହାଇକୋର୍ଟରେ ପୀଡ଼ିତାର ଅନ୍ତଃବସ୍ତ୍ରର ଫରେନ୍ସିକ ରିପୋର୍ଟ ଦାଖଲ କରାଯାଇଥିଲା । ଯେଉଁଥିରେ କୁନ୍ଦୁଲି ପୀଡ଼ିତାଙ୍କ ଅନ୍ତ୍ରଃବସ୍ତ୍ରରେ କୌଣସି ସିମେନ୍ ଦାଗ ନଥିବା ସ୍ପଷ୍ଟ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏସ୍ପି ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୮ ଜାନୁୟାରୀ ୨୫ତାରିଖରେ ଏକ ନିର୍ଦ୍ଦିଷ୍ଟ ଘରୋଇ ଚ୍ୟାନେଲ୍ ଦ୍ୱାରା ଫରେନ୍ସିକ ରିପୋର୍ଟରେ ସିମେନ ଦାଗ ଥିବା ଖବର ପ୍ରସାରଣ ହୋଇଥିଲା । ସୂଚନାଯୋଗ୍ୟ ୨୦୧୭ ସେପ୍ଟେମ୍ବର ୧୦ତାରିଖରେ ପଟ୍ଟାଙ୍ଗି ଥାନାରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବାର ଅଭିଯୋଗ ହୋଇଥିଲା । ପୀଡ଼ିତା ଜାନୁଆରୀ ୧୮ ତାରିଖରେ ଆତ୍ମହତ୍ୟା କରିବା ପରେ ଏହାକୁ ନେଇ ରାଜନୀତିକ ବିବାଦ ସୃଷ୍ଟି ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top