Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଶୁକ୍ରବାର ପାରାଦୀପରେ ମହାନଦୀ ମହାସଂଗ୍ରାମ ଉଦ୍‍ଯାପନ

ଭୁବନେଶ୍ୱର: ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଉଦ୍‍ଯାପନ ଦିବସ ପାରାଦୀପରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଯାଉଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ବେଳେ ଦଳର ବହୁ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ପଞ୍ଚାୟତ ଓ ପୌର ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେବେ । ମହାନଦୀ ପାଇଁ ଜନଜାଗରଣ ସୁରକ୍ଷା ଅଭିଯାନ ପ୍ରଥମେ ମଇ ୧୬ ତାରିଖ ଦିନ ଦକ୍ଷିଣ ପାଶ୍ୱର୍ସ୍ଥିତ ଚିଖିଲି ଓ ବାମପାଶ୍ୱର୍ସ୍ଥିତ ସୁଖାଶୋଡ଼ାରୁ ବାହାରିଥିଲା । ଗୁରୁବାର ଜନଜାଗରଣ କାର୍ଯ୍ୟକ୍ରମର ନବମ ଦିନରେ ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ଦକ୍ଷିଣ ପାଶ୍ୱର୍ ଟିମ୍‍ କାକଟପୁରରୁ ବାହାରି ଶିଖରଘାଟ, ଗରେଇ ଓ ମାଛଗାଁ ଦେଇ ବାଲିକୁଦାରେ ପହଞ୍ôଚବା ପରେ ସେଠାରେ ସାଧାରଣ ସଭା କରାଯାଇଥିଲା । ସେଠାରୁ ଜଗତସିଂହପୁର ଯାଇ ସାଧାରଣ ସଭା ହୋଇଥିଲା ବେଳେ ଗାନ୍ଧିଛକ ଓ ରଘୁନାଥପୁର ଦେଇ ଟିମ୍‍ ତିର୍ତ୍ତୋଲରେ ପହଞ୍ôଚବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବାଟରେ ଗଲାବେଳେ ଶିଖରଘାଟ, ଗରେଇ, ମାଛଗାଁ, ଗାନ୍ଧିଛକ ଓ ରଘୁନାଥପୁରରେ ପଥପ୍ରାନ୍ତ ସଭା କରାଯାଇଥିଲା । ଆଜି ତିର୍ତ୍ତୋଲରେ ଜନଜାଗରଣ ଟିମ୍‍ ରାତ୍ର ରହଣୀ କରିବା ପରେ ଆସନ୍ତାକାଲି ପାରାଦୀପ ଅଭିମୁଖେ ଯାତ୍ରା କରିବ ।ଏହିସବୁ ସଭାଗୁଡିକରେ ବିଧାୟକ ସୁରେନ୍ଦ୍ର ସେଠୀ, ପ୍ରଶାନ୍ତ ମୁଦୁଲି, ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ସାଂସଦ କୁଳମଣି ସାମଲ, ଜିଲ୍ଲା ସଭାପତି ବିଷ୍ଣୁଚରଣ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ମହାନଦୀ ପାଇଁ ଲଢ଼େଇକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟପକ୍ଷରେ ମହାନଦୀ ବାମ ପାଶ୍ୱର୍ରୁ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବାହାରିଥିବା ଟିମ୍‍ ଆଜି କେନ୍ଦ୍ରାପଡ଼ାରୁ ଇଚ୍ଛାପୁର ଯାଇଥିଲା । ସେଠାରେ ବଳଦେବ ଜୀଉଙ୍କ ପୀଠରେ ସମୂହ ଦୀପଦାନ କରିବା ପରେ ଅଙ୍ଗୁଳେଇ, ଛଘରିଆ, କାନପୁର ଦେଇ ମହାକାଳପଡ଼ା ଅଭିମୁଖେ ଯାତ୍ରାରମ୍ଭ ହୋଇଥିଲା । ପରେ ଏକ ବାଇକ୍‍ ଶୋଭାଯାତ୍ରାରେ ମହାକାଳପଡ଼ାରୁ ମାର୍ଶାଘାଇ ଯାଇ ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାମାଲ୍ୟାର୍ପଣ କରାଯିବା ସହିତ ଜୁଣା ବଜାରସ୍ଥିତ ମହାନଦୀ କୂଳରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ମିଶ୍ରଙ୍କ ବ୍ୟତୀତ ସାଂସଦ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, କିଶୋର ତରାଇ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, ଜିଲ୍ଲା ସଭାପତି ଧୃବ ସାହୁ, କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top