ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ରଘୁନାଥ ମହାନ୍ତିଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ପାଇବେ । ଏବେ ଅନୁପ ସାଏ ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ ମହାନ୍ତିଙ୍କୁ ଗତ ୩ମାସ ପୂର୍ବରୁ ଢେଙ୍କାନାଳ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିଲା । ସୂଚନାଯୋଗ୍ୟ ପୁତ୍ରବଧୂ ବର୍ଷାସୋନିଙ୍କ ଯୌତୁକ ନିର୍ଯାତନା ଅଭିଯୋଗ ଯୋଗୁ ସେ ଦଳରେ ଦୀର୍ଘଦିନ ଧରି ଅଣଦେଖା ହୋଇ ରହିଥିଲେ । ତେବେ ପାରିବାରିକ ବିବାଦର ଆପୋଷ ସମାଧାନ ପରେ ପୁଣିଥରେ ଶ୍ରୀ ମହାନ୍ତି ସକ୍ରିୟ ରାଜନୀତିକୁ ଫେରିଛନ୍ତି । ବିଜେଡି ତାଙ୍କୁ ପୁଣିଥରେ ବାଲେଶ୍ୱରର ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ।


