Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

NCPCRରେ ଚାଞ୍ଚଲ୍ୟକର ତଥ୍ୟ :ମହାମାରୀ ମାଡ଼, ୮ ହଜାର ଶିଶୁ ଅନାଥ

ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ପ୍ରଭାବିତ ପିଲାଙ୍କ ସମ୍ପର୍କୀତ ଏକ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ପ୍ରଭାବିତ ପିଲାଙ୍କ ସମ୍ପର୍କରେ ଜଷ୍ଟିସ ଏଲ ନାଗେଶ୍ବର କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ଏଲ ନାଗେଶ୍ବର କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି କି ଏହି କୋରୋନା ମହାମାରୀରେ ନିଜ ପିତାମାତାଙ୍କୁ ହରାଇଥିବା ପିଲାଙ୍କ ଭରଣପୋଷଣ ପାଇଁ କଣ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ସରକାରଙ୍କୁ ପିଏମ କେୟାର ଫଣ୍ଡରୁ ଏଭଳି ଶିଶୁମାନେ କିପରି ଲାଭାନ୍ବିତ ହେବେ ସେ ନେଇ କଣ ବ୍ୟବସ୍ଥା କରାଯାଇଛି ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଥିଲେ ।

କେବଳ ଏତିକି ନୁହେଁ, ଅନେକ ପ୍ରଶ୍ନ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ ପଚାରିଛନ୍ତି । ସେମାନେ କିପରି ରହିବେ, ସେମାନଙ୍କର ଦାୟିତ୍ବ କିଏ ନେବେ? ଘରୋଇ ସ୍କୁଲରେ ପଢୁଥିବା ପିଲାଙ୍କର ଫିସ କିପରି ଭରଣା ଦେବେ । ସେମାନଙ୍କ ପାଇଁ ଅର୍ଥ ବ୍ୟବସ୍ଥା କଣ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ।ଏହାର ଉତ୍ତରରେ ଏଏସଜି ଐଶ୍ବର୍ଯ୍ୟା ଭାଟି କହିଥିଲେ କି ସରକାରଙ୍କ ତରଫରୁ ଏଭଳି ଶିଶୁଙ୍କୁ ଚିହ୍ନଟ କରାଯିବା କାର୍ଯ୍ୟକ୍ରମ ଜାରି ରହିଛି । ଜିଲ୍ଲା ମାଜିଷ୍ଟ୍ରେଟ, ପୁଲିସ, ଗ୍ରାମ ପଞ୍ଚାୟତ, ଓ ଆଶା କର୍ମୀ ମାନେ ପ୍ରତିଟି ରାଜ୍ୟରେ ଏହି କାମରେ ଲାଗିଛନ୍ତି । ସମସ୍ତ ରାଜ୍ୟରେ ପ୍ରତିଟି ସ୍ତରରେ ଏମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ଏହି ଶୁଣାଣି ସମୟରେ ରାଷ୍ଟ୍ରୀୟ ବାଲ ଅଧିକାରୀ ସଂରକ୍ଷଣ ଆୟୋଗ ସୁପ୍ରିମକୋର୍ଟକୁ କହିଥିଲେ କି, ପାଖାପାଖି ଏକ ଲକ୍ଷ ଶିଶୁ ଏମିତି ରହିଛନ୍ତି, ଯେଉଁମାନଙ୍କୁ ସାହାଯ୍ୟ ଓ ଦେଖାଶୁଣାର ଆବଶ୍ୟକତା ରହିଛି । କାରଣ ଏହି ଏକ ଲକ୍ଷ୍ୟ ଶିଶୁ କୋରୋନା ମହାମାରୀ ସମୟରେ ସେମାନଙ୍କ ବାପା ଓ ମାଙ୍କ ମଧ୍ୟରୁ ଜଣଙ୍କୁ କିମ୍ବା ଉଭୟଙ୍କୁ ହରାଇଛନ୍ତି । ମାର୍ଚ୍ଚ ୨୦୨୦ ସୁଦ୍ଧା ୮୧୬୧ ଶିଶୁ ଅନାଥ ହୋଇଛନ୍ତି । ୯୨,୪୭୫ ଶିଶୁ ବାପା ଓ ମାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଏଏସଜି ଐଶ୍ବର୍ଯ୍ୟା ଭାଟି କହିଥିଲେ କି ପିଏମ କେୟାର ଫଣ୍ଡରୁ ଲାଭ ପାଇବାକୁ ଥିବା ଲାଭାର୍ଥୀଙ୍କର ୩ଟି ବିଭାଗରେ ବର୍ଗିକରଣ କରାଯାଇଛି । ସମ୍ପୂର୍ଣ୍ଣ ଭାବେ ଅନାଥ ହୋଇଥିବା ଶିଶୁଙ୍କୁ ଗୋଟିଏ ବର୍ଗରେ ରଖାଯାଇଛି। ସେହିପରି ବାପା କିମ୍ବା ମା, ଜଣଙ୍କୁ ହରାଇଥିବା ଶିଶୁଙ୍କୁ ଗୋଟିଏ ବର୍ଗରେ ଓ ଶେଷ ତଥା ତୃତୀୟ ବର୍ଗରେ ଦେଖାଶୁଣା କରିବାକୁ ନଥିବା ଶିଶୁମାନଙ୍କୁ ଗୋଟିଏ ବର୍ଗରେ ରଖାଯାଇଛି ବୋଲି ଐଶ୍ବର୍ଯ୍ୟା କହିଥିଲେ।

ସେହିପରି ସୁପ୍ରିମକୋର୍ଟ କହିଥିଲେ କି ଏନସିପିସିଆର ତଥ୍ଯ ଅନୁଯାୟୀ ଏଭଳି ଶିଶୁଙ୍କ ପାଇଁ ପିଏମ କେୟାର ଫଣ୍ଡରୁ କିଛି ଅର୍ଥ ଏମାନଙ୍କ ପାଇଁ ଅନୁମୋଦନ କରିବା ଜରୁରୀ ହୋଇ ପଡ଼ିଛି । ସେହିଭଳି ଘରୋଇ ସ୍କୁଲରେ ପଢୁଥିବା ଏଭଳି ଛାତ୍ରଛାତ୍ରୀଙ୍କର ଫିସ ଛାଡ଼ ହୋଇଛି କି ନାହିଁ ରାଜ୍ୟ ସରକାର ତାହାର ତଦାରଖ କରିପାରିବେ । ଯଦି ସ୍କୁଲ ଗୁଡ଼ିକ ଫି ଛାଡ଼ କରୁନାହାନ୍ତି ତେବେ ତୁରନ୍ତ ଜଣାଇବା ପାଇଁ ରାଜ୍ୟ ଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଏମିକସ କ୍ୟୁରି ଗୌରବ ଅଗ୍ରଓ୍ୱାଲ ପୀଠକୁ କହିଛନ୍ତି କି ଆନ୍ଧ୍ରପ୍ରଦେଶରେ ୩୨୬ ଶିଶୁ ଅନାଥ ହୋଇଛନ୍ତି । ଏହା ସହିତ ୭୧୧୦ ଶିଶୁ ନିଜ ବାପା ମାଙ୍କୁ ହରାଇଛନ୍ତି । ବାପା କିମ୍ବା ମାଙ୍କୁ ହରାଇଥିବା ଶିଶୁଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ମାସରେ ୫୦୦ ଲେଖାଏଁ ଟଙ୍କା ପ୍ରଦାନ କରାଯାଉଛି । ଯାହା ଫଳରେ ୪୧୪୨ ଜଣ ଶିଶୁ ଲାଭାନ୍ବିତ ହେଉଛନ୍ତି ବୋଲି ଏମିକସକ୍ୟୁରି ଗୌରବ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top