Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଋଣଛାଡ଼ ପ୍ରସଙ୍ଗରେ ବିରୋଧୀଙ୍କୁ ନବୀନଙ୍କ କଟାକ୍ଷ

ଭୁବନେଶ୍ୱର(ଓଡ଼ିଶା ୱେୟାର): କୃଷିଋଣ ଛାଡ଼ ଓ ଏମଏସପି ଉପରେ ବୋନସ ପ୍ରଦାନ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପିର ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାରଜ କରିବା ସହ ଦେଶ ଓ ରାଜ୍ୟର ଅର୍ଥନୀତିକୁ ଦେବାଳିଆ ଆଡ଼କୁ ଠେଲି ଦେବାକୁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ।
ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,କୃଷିଋଣ ଛାଡ଼ ଓ ବୋନସ ପରିବର୍ତେ ଚାଷୀଙ୍କୁ ଦୀର୍ଘକାଳୀନ ଭିତିରେ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସରକାର ଚାହାଁନ୍ତି । କୃଷିଋଣ ଛାଡ଼ ଘୋଷଣା କରି କଂଗ୍ରେସ ଏବେ ଦେଶର ଅର୍ଥନୀତି ଓ ରାଜ୍ୟର ଅର୍ଥନୀତିକୁ ଦେବାଳିଆ ଆଡ଼କୁ ଠେଲି ଦେଉଛି ।କୃଷିଋଣ ଛାଡ ଅପେକ୍ଷା କାଳିଆ ଯୋଜନାରେ ଅଧିକ ଲାଭ ଦାୟକ ବ୍ୟବସ୍ଥା ଚାଷୀଙ୍କ ପାଇଁ କରାଯାଇଛି । ଯେଉଁଥିରେ ୯୨ ପ୍ରତିଶତ ବିଭିନ୍ନ ଶ୍ରେଣୀର ଚାଷୀ ଉପକୃତ ହେବେ । କୃଷିଋଣ ଛାଡରେ ନିଦ୍ଦିଷ୍ଟ ଚାଷୀ ସୁବିଧା ପାଇବେ । ଭାଗ ଚାଷୀମାନେ ଏଥିରେ ଉପକୃତ ହୋଇପାରିବେ ନାହିଁ । ରାଜ୍ୟର ୩୨ ଲକ୍ଷ ଚାଷୀଙ୍କ ମଧ୍ୟରୁ ୨୦ ଲକ୍ଷ ଚାଷୀ ଋଣ ନେଇଥାନ୍ତି । ଏଥିରୁ ୬୦ ପ୍ରତିଶତ ଋଣ ପରିଶୋଧ କରିଥାନ୍ତି । ଏଣୁ ଋଣଛାଡ ଦ୍ୱାରା ସବୁ ଚାଷୀ ଉପକୃତ ହେବେ ନାହିଁ । ସେଥିପାଇଁ ସମସ୍ତେ ଯେପରି ସୁବାଧା ପାଇବେ କାଳିଆ ଯୋଜନାରେ ବ୍ୟବସ୍ତା କରାଯାଇଛି । କଂଗ୍ରେସ ଛାଡ କରିବା ନେଇ ଘୋଷଣା କରିଥିବା ସଂପର୍କରେ କହିଛନ୍ତି ଅତୀତରେ କଂଗ୍ରେସ ଶାସନରେ ରାଜ୍ୟର ଆର୍ଥିକ ସ୍ଥିତି କିପରି ଶୋଚନୀୟ ହୋଇପଡିଥିଲା ତାହା ସମସ୍ତେ ଜାଣନ୍ତି । ୧୯୯୫ରେ ଶାସନକୁ ଆସି ୧୯୯୯ ମସିହାରେ ଛାଡିଲା ବେଳେ ରାଜ୍ୟ ଟ୍ରେଜେରୀକୁ ଦେବାଳିଆ କରିଥିଲେ । ଦରମା ଦେବାକୁ ପଇସା ନଥିଲା । କୌଣସି ଭିତ୍ତିଭୂମି କାର‌୍ୟ୍ୟକ୍ରମ ହୋଇପାରୁନଥିଲା । କଭଳି ସ୍ଥିତିରେ ରାଜ୍ୟ ପହଁଞ୍ଚିଥିଲା ତାହା ସମସ୍ତଙ୍କୁ ଜଣା । ସେହିପରି ବିଜେପି ଯେଉଁ ଋଣଛାଡ କରିବ ବୋଲି କହୁଛି ୨୦୧୪ ନିର୍ବାଚନରେ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦେବାକୁ ପ୍ରତିଶୃତି ଦେଇଥିଲା । ଏହାର ଅବସ୍ଥା ଏବେ କଣ ତାହା କାହାକୁ ଅଛପା ନାହିଁ । ଧାନର ଏମଏସପି ବୃଦ୍ଧି ଦାୟିତ୍ୱ କେନ୍ଦ୍ରର ବୋଲି କହି ନବୀନ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top