ଭୁବନେଶ୍ୱର: କେରଳରେ ନିପାହ ଭାଇରସ୍ ଚିହ୍ନଟ ହେବା ପରେ ଏହା ଏବେ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଜି ୫ଟି ସରକାରୀ ମେଡିକାଲ କଲେଜ ଓ ସମସ୍ତ ଜିଲ୍ଲା ମୁଖ୍ୟାଳୟକୁ ଆଲର୍ଟ ଜାରି କରିଛନ୍ତି । ଏହି ଭାଇରସରେ ଦକ୍ଷିଣ ଭାରତରେ ୧୧ଜଣ ପ୍ରାଣ ହରାଇବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବ୍ରଜ କିଶୋର ବ୍ରହ୍ମା ଆଜି ଏନେଇ ସମସ୍ତ ମେଡିକାଲ ଅଧୀକ୍ଷକ ଓ ସିଡିଏମଓଙ୍କୁ ଚିଠି ଲେଖି ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ କହିଛନ୍ତି । ସୂଚନାଯୋଗ୍ୟ ଏହି ଭାଇରସ ବିଭିନ୍ନ ଫଳ ଓ ପନିପରିବା ମାଧ୍ୟମରେ ବ୍ୟାପୁଥିବା କୁହାଯାଉଛି ।


