ଭୁବନେଶ୍ୱର: ବିଜେଡି ନେତ୍ରୀ ତଥା ପିପିଲିର ସନ୍ଧ୍ୟାବତୀ ପ୍ରଧାନଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଛି । ସେ ଏବେ ଆୟୋଗର ସଦସ୍ୟା ଭାବେ କାର୍ଯ୍ୟ କରୁଛନ୍ତି । ସେ ଆୟୋଗର ଅଧ୍ୟକ୍ଷା ଭାବେ ୩ବର୍ଷ ପାଇଁ କାର୍ଯ୍ୟ କରିବେ । ଆଜି ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି । ସୂଚନାଯୋଗ୍ୟ, କସ୍ତୁରୀ ମହାପାତ୍ରଙ୍କ କାର୍ଯ୍ୟକାଳ ସରିବା ପରେ ଅଧ୍ୟକ୍ଷା ପଦ ଖାଲି ପଡ଼ିଥିଲା ।


