Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲା ଓଡ଼ିଶା

ଭୁବନେଶ୍ୱର: ଗାନ୍ଧି ଜୟନ୍ତୀରୁ ରାଜ୍ୟ ସରକାର ନିଜର ମହତ୍ୱାକାଂକ୍ଷୀ ‘ଖାଦ୍ୟ ସୁରକ୍ଷା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି।ସଚିବାଳୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକକାଳୀନ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡ଼ିଥିବା ଗରିବ ହିତାଧିକାରୀଙ୍କୁ ଏହି ଯୋଜନାରେ ଏକ ଟଙ୍କାରେ ଚାଉଳ ମିଳିବ।

ସଚିବାଳୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ୨୦୧୪ରୁ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଲା।କିନ୍ତୁ ବହୁ ଲୋକ ଏହି ସୁବିଧା ପାଇ ପାରୁନଥିଲେ।ଏଥିପାଇଁ ସେ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।ଯେତେବେଳେ ବି ସେ ସାଧାରଣ ଲୋକଙ୍କୁ ଭେଟୁଥିଲେ,ସେମାନେ ଏହି ସୁବିଧା କିଭଳି ପାଇବେ ସେଥିପାଇଁ ଅନୁରୋଧ କରୁଥିଲେ।ଆଜି ସେହି ଗରିବ ଲୋକମାନଙ୍କ କଥାକୁ ରଖିପାରିଥିବାରୁ ବହୁତ ଖୁସି ଅଛି।ଗରିବ ଲୋକଙ୍କ ସେବା ପାଇଁ କେବେବି ଟଙ୍କାର ଅଭାବ ରହିବ ନାହିଁ।ଏହା ଓଡ଼ିଶାବାସୀଙ୍କ ଟଙ୍କା, ଆପଣମାନଙ୍କ ଟଙ୍କା।ଆପଣମାନଙ୍କ ପାଇଁ ଖର୍ଚ୍ଚ କରାଯାଉଛି।ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଂଚିତ ହେବାକୁ ଦିଆଯିବ ନାହିଁ।ରାଜ୍ୟ ସରକାର ସବୁ ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବେ।ରାଜ୍ୟର ୨୫ଲକ୍ଷରୁ ଅଧିକ ଲୋକ ଏହି ସୁବିଧା ପାଇବେ।ରାଜ୍ୟର ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଂଚିତ ହେବାକୁ ଦିଆଯିବ ନାହିଁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିରର ବଙ୍ଗମୁଣ୍ଡାର ହିତାଧିକାରୀ ଅନୁଛାୟା କୁମ୍ଭାର, ସୁନ୍ଦରଗଡ଼ର ରାଜଗାଙ୍ଗପୁରର ଇନ୍ଦୁମତୀ ସ, ମୟୂରଭଞ୍ଜର ଖୁଂଟାର ମାମା ମୁର୍ମୁ ଓ ବାଲେଶ୍ୱରର ଜଳେଶ୍ୱରର ଭିନ୍ନକ୍ଷମ ଆନନ୍ଦ ମୁଖୀଙ୍କ ସହ ଆଲୋଚନା କରିଥିଲେ।ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ୧୦ତାରିଖ ପର୍ଯ୍ୟନ୍ତ ଏହି ରାସନ କାର୍ଡକୁ ବ୍ଲକ୍ ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଉତ୍ସବ ମାଧ୍ୟମରେ ବଂଟନ କରାଯିବ । ସବୁଠି ଦଳୀୟ ନେତାଙ୍କ ଉପସ୍ଥିତିରେ ଏହି କାର୍ଡ ବଂଟନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଏକ ଚିିଠି ଲୋକଙ୍କ ମଧ୍ୟରେ ବଂଟନ କରାଯିବ । ଏଥିପାଇଁ କେଉଁ ମନ୍ତ୍ରୀ ଓ ସାଂସଦ କେଉଁଠି କାର୍ଡ ବାଂଟିବେ ତାହା ସ୍ଥିର ହୋଇଛି । ଏପରିକି ବିଜେଡିର ନେତାମାନେ ଯେଉଁ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଅଛନ୍ତି ସେମାନେ ସେଠାରେ ରାସନ କାର୍ଡ ବାଂଟିବେ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top