Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଏଥର ରଜରେ ‘ଓଟିଡିସି’ର ‘ପିଠା ଅନ୍ ହ୍ୱିଲ୍‌’ ଓ ‘ହୋମ୍ ଡେଲିଭରି’

ଓଟିଡିସି ପକ୍ଷରୁ ସାଧାରଣ ଲୋକଙ୍କ ନିକଟରେ ସୁଲଭ ଦରରେ ଗୁଣାତ୍ମକ ମାନର ସ୍ୱାଦିଷ୍ଟ ରଜପିଠା ପହଂଚାଇବାକୁ ‘ପିଠା ଅନ୍ ହ୍ୱିଲ୍ ’ ଓ ‘ହୋମ ଡେଲିଭରି’ କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର(ଓଡ଼ିଶା ୱେୟାର): ‘କୋଭିଡ-୧୯’ ସଂକ୍ରମଣ ରୋକିବା ପାଇଁ ସରକାରୀ କଟକଣା ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏଥର ନିଆରା ଢଙ୍ଗରେ ଓଡ଼ିଶାର ପାରମ୍ପରିକ ପର୍ବ ‘ରଜ’ ମହୋତ୍ସବକୁ ଲୋକଙ୍କ ସହ ପାଳିବାକୁ ନିଷ୍ପତ୍ତି ନେଇଛି। ରଜପର୍ବରେ ‘ଓଟିଡିସି’ର ପାନ୍ଥନିବାସଗୁଡ଼ିକରେ ପ୍ରସ୍ତୁତ ସୁସ୍ୱାଦୁ ରଜପିଠା ଲୋକଙ୍କ ପାଖରେ ପହଂଚାଇବାକୁ ପଦକ୍ଷେପ ନିଆଯାଇଛି। ରଜ ମହୋତ୍ସବରେ ସାମାଜିକ ଦୂରତ୍ୱ କଟକଣା, କରୋନାଜନିତ ଲକଡାଉନ୍ ଓ ୧୧ଟି ଜିଲ୍ଲାରେ ଶନିବାର-ରବିବାର ସଟଡାଉନକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ସାଧାରଣ ଲୋକଙ୍କ ନିକଟରେ ସୁଲଭ ଦରରେ ଗୁଣାତ୍ମକ ମାନର ସ୍ୱାଦିଷ୍ଟ ରଜପିଠା ପହଂଚାଇବାକୁ ‘ପିଠା ଅନ୍ ହ୍ୱିଲ୍ ’ ଓ ‘ହୋମ ଡେଲିଭରି’ କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଓଡ଼ିଶାର ପାରମ୍ପରିକ ପର୍ବ ‘ରଜ’ ପର୍ବରେ ‘ଓଟିଡିସି’ ବିଗତବର୍ଷ ଭଳି ଏଥର ମଧ୍ୟ ପୋଡ଼ ପିଠା, ଚନ୍ଦ୍ରକାନ୍ତି, ଆରଷା, ଗଜାମଣ୍ଡା ଆଦି ପିଠା ସହ ମାଣ୍ଡିଆଜାତୀୟ ଖାଦ୍ୟସାମଗ୍ରୀ ଲୋକଙ୍କ ନିକଟରେ ପହଂଚାଇବାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ପୂର୍ବରୁ ‘ମିଲେଟ୍ ମିଶନ’ ଆରମ୍ଭ କରିଥିବାବେଳେ ବର୍ତ୍ତମାନ ସମୟରେ ପୃଷ୍ଟିକର ଖାଦ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆଜାତୀୟ ଖାଦ୍ୟ ଯୋଗାଇ ଦିଆଯିବ। ଯାହାଫଳରେ ମହିଳା ଏସଏଚଜିଗୁଡ଼ିକୁ ଜୀବିକା ମିଳିପାରିବ ଓ ଲୋକେ ମଧ୍ୟ ପୃଷ୍ଟିକର ଖାଦ୍ୟ ପାଇପାରିବେ।


ଆସନ୍ତା ଜୁନ୍ ୧୩ ଓ ୧୪ତାରିଖରେ ସଟଡାଉନ୍ ରହୁଥିବାରୁ ଭୁବନେଶ୍ୱର ପାନ୍ଥନିବାସ ପକ୍ଷରୁ ୩ରୁ ୫କିମି ଅଞ୍ଚଳ ମଧ୍ୟରେ ରହୁଥିବା ଲୋକଙ୍କ ନିକଟରେ ରଜପିଠାକୁ ‘ହୋମ୍ ଡେଲିଭରି’ ମାଧ୍ୟମରେ ପହଂଚାଇବାର ବ୍ୟବସ୍ଥା କରାଯାଇଛି। ଦୁଇଦିନର ସଟଡାଉନ୍ ମଧ୍ୟରେ ଯେଉଁମାନେ ରଜପିଠା ଚାହିଁବେ ସେମାନେ ଆମର ଫୋନ୍ ନମ୍ବର-୯୦୭୮୮୮୫୫୧୬ , ୯୪୩୮୨୪୩୫୭୯ ଓ ୯୪୩୭୧୧୫୪୩୭କୁ ଫୋନ୍ କରି ସେମାନଙ୍କ ଇଚ୍ଛା ମୁତାବକ ପିଠା ମଗାଇ ପାରିବେ।
ସେହିପରି ୧୫ରୁ ୧୭ ତାରିଖ ମଧ୍ୟରେ ‘ପିଠା ଅନ୍ ହ୍ୱିଲ୍ ’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନ ଯଥା- ଜୟଦେବ ଭବନ, ରୂପାଲି ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପୋଖରୀପୁଟ୍ ଛକ ଓ ନିଳାଦ୍ରୀ ବିହାର ଛକ ନିକଟରେ ପିଠା ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି । କଟକ ଓ ସମ୍ବଲପୁର ସହରରେ ମଧ୍ୟ ଲୋକମାନଙ୍କ ସୁବିଧା ଓ ଗମନାଗମନକୁ ଦୃଷ୍ଟିରେ ରଖି ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ପିଠା ଯୋଗାଇ ଦିଆଯିବ। କେତେକ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମଧ୍ୟ ଏଥର ପିଠା ପ୍ରସ୍ତୁତି ଓ ବିକ୍ରି କାର୍ଯ୍ୟରେ ଓଟିଡିସି ସୁଯୋଗ ଦେଇଛି।
ଏସବୁ ବ୍ୟତୀତ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲା ପାନ୍ଥନିବାସଗୁଡ଼ିକରେ ରଜପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟରମାନ ଖୋଲା ରହିବ। ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱ କଟକଣା ପାଳନ କରି ଗ୍ରାହକମାନେ ଏସବୁ କାଉଣ୍ଟରରୁ ରଜପିଠା କ୍ରୟ କରିପାରିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top