Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୋଲିସ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କଲେ ତାଲିବାନ

କାବୁଲ: ରକ୍ତମୁଖା ହୋଇପଡ଼ିଛନ୍ତି ତାଲିବାନ। ଘରକୁ ଘର ବୁଲି ଲୋକଙ୍କୁ ମାରୁଛନ୍ତି। ମୁହଁ ଉପରେ ଅହିଂସାର ବାର୍ତ୍ତା ଦେଉଥିବା ବେଳେ ଭିତରେ କିନ୍ତୁ ରକ୍ତର ନଦୀ ବୁହାଇବାକୁ ଚେଷ୍ଟା ଚଳାଇଛନ୍ତି। ସିଧାସଳଖ କହିବାକୁ ଗଲେ ଏବେ ଅବିଶ୍ୱାସର ଅନ୍ୟ ନାମ ପାଲଟିଯାଇଛି ତାଲିବାନ। ମୁହଁରେ ହିଂସା ଛାଡ଼ିବାର ପ୍ରତିଶ୍ରୁତି କିନ୍ତୁ ଭିତରେ ହିଂସ୍ର ଆଉ ପ୍ରତିଶୋଧର ପ୍ରବୃତ୍ତି । ଆଫଗାନ ଦଖଲ ପରେ ସର୍ବକ୍ଷମା ଘୋଷଣା କରିଥିବା ତାଲିବାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ନାଟୋ ସେନା ଓ ପୂର୍ବତନ ଆଫଗାନ ସରକାର ସହ କାମ କରୁଥିବା ଲୋକଙ୍କୁ ଘରକୁ ଘର ବୁଲି ଖୋଜୁଛନ୍ତି ତାଲିବାନ କମାଣ୍ଡୋ । ପାଇଲେ ବାନ୍ଧି ଆଣି ବର୍ବର ହତ୍ୟା କରୁଛନ୍ତି । ନହେଲେ ପରିବାର ଲୋକଙ୍କୁ ଧମକ ଦେଇ ଭୟଭୀତ କରୁଛନ୍ତି ।
ସାମ୍ନାକୁ ଆସିଛି ତାଲିବାନୀ ନୃଶଂସତାର ଆଉ ଏକ ନୂଆ ଭିଡିଓ । ବାଦଘିସ୍ ପ୍ରଦେଶର ପୋଲିସ୍ ମୁଖ୍ୟ ହାଜି ମୁଲ୍ଲା ଅଚକଜାଇଙ୍କୁ ଅମାନୁଷିକ ଭାବେ ହତ୍ୟା କରିଛି ତାଲିବାନ୍ । ହାତଗୋଡ଼ ବାନ୍ଧି ଆଣ୍ଠେଇବା ପରେ ଗୁଳିବର୍ଷା କରି ହତ୍ୟା କରାଯାଇଛି। ଜଣେ ଡଚ୍ ୱେଲ୍ ସାମ୍ବାଦିକଙ୍କ ସଂପର୍କୀୟଙ୍କୁ ବି ହତ୍ୟା କରିଛନ୍ତି ତାଲିବାନ କମାଣ୍ଡୋ । ସାମ୍ବାଦିକଙ୍କୁ ଖୋଜିବାକୁ ଯାଇ ତାଙ୍କ ସଂପର୍କୀୟଙ୍କୁ ହତ୍ୟା କରିଛନ୍ତି । ଏବେ ବହୁ ଲୋକ ତାଲିବାନ ଟାର୍ଗେଟ୍‌ରେ। ତାଲିବାନ୍ ବ୍ଲାକ୍ ଲିଷ୍ଟରେ ଥିବା ଲୋକଙ୍କୁ ଗଣହତ୍ୟା ବି କରାଯାଇପାରେ । ଜାତିସଂଘକୁ ଗୁଇନ୍ଦା ତଥ୍ୟ ଯୋଗାଉଥିବା ନରୱେ ସଂସ୍ଥାର ଗୋପନୀୟ ଦସ୍ତାବିଜ୍‌ରେ ଏଭଳି ସତର୍କ କରାଇଛି ।
କଥା ଗୋଟେ ଆଉ କାମ ଆଉ ଗୋଟେ ପ୍ରକାର କରୁଥିବାରୁ ଏବେ ଲୋକଙ୍କ ମଧ୍ୟରେ ଭୟ ବଢ଼ାଇଛି ତାଲିବାନ୍‌। ଆଫଗାନିସ୍ତାନରେ ଥରହର ସ୍ଥିତି। ଅନ୍ୟ ରାଷ୍ଟ୍ର ମାନେ ବି ଚିନ୍ତାରେ । ପୂର୍ବରୁ ସୁପ୍ତ ଅବସ୍ଥାରେ ଥିବା ତାଲିବାନ କାବୁଲ ଦଖଲ ପରେ ଅଧିକ ଶକ୍ତିଶାଳୀ ଓ ହିଂସ୍ର ହୋଇ ଉଠିଛି । ତାଲିବାନ ହାତରେ ଏବେ ଆମେରିକାର ଉଚ୍ଚ କ୍ଷମତା ସମ୍ପନ୍ନ ଅସ୍ତ୍ରଶସ୍ତ୍ର । ଆଫଗାନ ସେନା ବ୍ୟବହାର କରୁଥିବା ଆର୍ମୋର୍ଡ ଭେହିକିଲ, ୩୦ ରୁ ୪୦ ଏୟାରକ୍ରାଫ୍ଟ ଓ ବିପୁଳ ସଂଖ୍ୟାରେ ରାଇଫଲ । ଏଣୁ କେତେବେଳେ ବି କିଛି ଘଟାଇପାରେ ଏହି ଆତଙ୍କୀ ସଂଗଠନ। ସେହି ଭୟରେ ପ୍ରାଣ ବିକଳରେ ଦେଶ ଛାଡ଼ୁଛନ୍ତି ହଜାର ହଜାର ଲୋକ । ଅନ୍ୟ ରାଷ୍ଟ୍ରମାନେ ବି ଯୁଦ୍ଧକାଳୀନ ଭିତ୍ତିରେ ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ଫେରାଇ ନେବାରେ ବ୍ୟସ୍ତ । ଆମେରିକା ସେନା ସହାୟତାରେ କାବୁଲ ଏୟାରପୋର୍ଟରୁ ଏହି ଉଦ୍ଧାର କାର‌୍ୟ୍ୟ ଚାଲିଥିବା ଦେଖାଯାଇଛି।
ଗୋଟେ ପଟେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ଏବେ ପ୍ରତିବାଦର ସ୍ୱର ବି ତେଜୁଛି । ତାଲିବାନ ଗୁଳିକୁ ଖାତିର ନକରି ରାସ୍ତାକୁ ଓହ୍ଲାଉଛନ୍ତି ଲୋକେ । ଦେଶର ବିଭିନ୍ନ ପ୍ରାନ୍ତରେ ବାହାରୁଛି ପତାକା ଶୋଭାଯାତ୍ରା। ଏମିତିକି ମହିଳାମାନେ ବି ନିଜର ଅଧିକାର ଦାବି କରି ରାସ୍ତାକୁ ଓହ୍ଲାଇଲେଣି । ତେବେ ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି ଦେଖିଲେ ଆଗକୁ ଏକ ବଡ଼ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଅନ୍ୟ ବଡ଼ ରାଷ୍ଟ୍ର ସାମ୍ନାକୁ ଆସି ଶାନ୍ତି ପ୍ରତିଷ୍ଠା କରୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ଆଗକୁ ସ୍ଥିତି କଣ ହେବ ତାହା କେବଳ ସମୟ ହିଁ କହିପାରିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top