Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ୟୁକ୍ରେନର ଗ୍ୟାସ୍ ପାଇପ୍‌ଲାଇନ ଉଡାଇଲା ରୁଷ

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ଚତୁର୍ଥ ଦିନରେ ପହଞ୍ଚିଲାଣି। ରୁଷ ସେନା ଧୀରେ ଧୀରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ର ନିକଟତର ହେଉଥିବା ଖବର ମିଳୁଛି। ଖବର ମୁତାବକ, କିଭ୍ ଠାରୁ ଆଉ ମାତ୍ର ୪ କି.ମି ଦୂରରେ ଅଛନ୍ତି ରୁଷ ସେନା। କିନ୍ତୁ ଏହା ମଧ୍ୟରେ ଖବର ମିଳିଛି ଯେ, ରୁଷ ସେନା ୟୁକ୍ରେନ୍‌ର ଦ୍ଵିତୀୟ ବଡ଼ ସହର ଖାରକିଭ୍‌ରେ ଏକ ଗ୍ୟାସ୍ ପାଇପଲାଇନ୍ ଉଡାଇ ଦେଇଛନ୍ତି। ରୁଷ ବାରୁଦ ବର୍ଷାରେ ୟୁକ୍ରେନ୍ ସଂପୂର୍ଣ୍ଣ ଭାବେ ଅଣନିଶ୍ୱାସୀ ହୋଇଗଲାଣି। ୟୁକ୍ରେନର ରାଜଧାନୀ କିଭ୍ ଉପରେ କବ୍‌ଜା କରିବା ପାଇଁ ଋଷ ସୈନିକ ଚାରିଆଡୁ ଆକ୍ରମଣ କରୁଛନ୍ତି।

ରୁଷ ସେନା ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ବୋମା ବର୍ଷଣ କରୁଛି। କେବଳ ୟୁକ୍ରେନ ନୁହେଁ ବରଂ ଅନ୍ୟ ଦେଶର ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଅପର ପକ୍ଷରେ ଏହି ଯୁଦ୍ଧ ବିଭୀଷିକା ମଧ୍ୟରେ ୧୦ ଜଣ ଗ୍ରୀସ୍ ନାଗରିକଙ୍କ ମୃତ୍ୟୁ ହୋଇଛି। ମାରିୟୁପୋଲ ନିକଟରେ ଋଷର ବିସ୍ଫୋରଣରେ ଏହି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏନେଇ ଗ୍ରୀସ୍ ପ୍ରଧାନମନ୍ତ୍ରୀ କ୍ୟାରିକୋସ୍ ଟ୍ଵିଟ୍ କରି ଚିନ୍ତା ପ୍ରକଟ କରିଛନ୍ତି।

ଏପରି ସ୍ଥିତିରେ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଜର୍ମାନୀ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଜର୍ମାନୀ ୟୁକ୍ରେନକୁ ସିଧାସଳଖ ଭାବେ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବ ବୋଲି ଶନିବାର ଘୋଷଣା କରିଛି। ତା ସହିତ ସ୍ୱିଫ୍ଟ ଗ୍ଲୋବାଲ ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ରୁଷ ଉପରେ ବ୍ୟାନ ଲଗାଇବାକୁ ମଧ୍ୟ ଜର୍ମାନୀ ସମର୍ଥନ କରିଛି। ଜର୍ମାନୀ ଏକ ହଜାର ଆଣ୍ଟି ଟ୍ୟାଙ୍କ ଅସ୍ତ୍ର ଏବଂ ୫୦୦ ଷ୍ଟାଙ୍ଗର ସରଫେସଟୁ ଏୟାର ମିଶାଇଲ୍ ୟୁକ୍ରେନ୍‌କୁ ଖୁବ୍‌ଶୀଘ୍ର ମିଳିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top