Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରୁଷ-ୟୁକ୍ରେନ୍‌ ଲଢ଼େଇ : ୧୧ ହଜାର ରୁଷ ସୈନ୍ୟ ନିହତ

ନୂଆଦିଲ୍ଲୀ : ତୀବ୍ରତର ହେଉଛି ୟୁକ୍ରେନ ଉପରେ ରୁଷର ଆକ୍ରମଣ। ରୁଷ୍‌ର ବିଶାଳ ସୈନ୍ୟ ବାହିନୀ ଓ ଘାତକ ଅସ୍ତ୍ରଶସ୍ତ୍ରର ସାହସିକ ସାମ୍ନା କରୁଛି ୟୁକ୍ରେନ୍‌ । ଲଢ଼ୁଛି ଗରିଲା ଯୁଦ୍ଧ । ପୁଟିନ ସେନା ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଛି ଜେଲେନ୍‌ସ୍କି ସେନା । ଯୁଦ୍ଧର ୧୧ ଦିନରେ ରୁଷ୍‌ର ୧୧ ହଜାର ସୈନ୍ୟ ନିହତ ହେଲେଣି। ୟୁକ୍ରେନ୍‌ର ଦାବି, ରୁଷ୍‌ର ୨୮୫ ଟ୍ୟାଙ୍କ ଧ୍ୱଂସ । ୪୪ଟି ଫ୍ଲାଇଟ୍‌ ଓ ୪୮ଟି ହେଲିକପ୍‌ଟରକୁ ଖସାଇ ଦିଆଯାଇଛି । ୧୦୯ଟି ଆର୍ଟିଲାରୀ ଓ ୯୮୫ଟି ସାମରିକ ଯାନକୁ ଧ୍ୱଂସ କରାଯାଇଛି ।
ସେହିପରି ୬୦ଟି ଫୁଏଲ ଟ୍ୟାଙ୍କ୍‌ ଓ ୨୧ଟି ଆଣ୍ଟି-ଏୟାରକ୍ରାଫ୍‌ଟ ଓ୍ଵାରଫେଆରକୁ ଧ୍ୱଂସ କରାଯାଇଛି । ୟୁକ୍ରେନ୍‌ର ଏକ ଲକ୍ଷ ସାଧାରଣ ନାଗରିକ ରୁଷ ସେନା ବିରୋଧରେ ବନ୍ଧୁକ ଧରିଛନ୍ତି । ଖାଲି ହାତରେ ବି ରୁଷ ସେନାର ସାମ୍ନାକୁ ଆସୁଛନ୍ତି ୟୁକ୍ରେନ ସାଧାରଣ ନାଗରିକ । ଖେରସନ୍‌ ସହରରେ ରୁଷ୍‌କୁ ତୀବ୍ର ବିରୋଧ । ୟୁକ୍ରେନ୍‌ ପତାକା ଧରି ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକ । ଛକରେ ଛକରେ ରୁଷ ବିରୋଧୀ ଆନ୍ଦୋଳନ ତେଜୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top