Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ତ୍ୱଚା ସମସ୍ୟାକୁ ଦୂର କରେ ଲୁଣ ପାଣି, ଏହି ପ୍ରକାରେ କରନ୍ତୁ ବ୍ୟବହାର

ବର୍ତ୍ତମାନ ସମୟରେ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ପାଣିପାଗରେ ପରିବର୍ତ୍ତନ, ହର୍ମୋନ୍ସରେ ଅସନ୍ତୁଳନ, ପ୍ରଦୂଷଣ ଏବଂ ଧୂଳି-ମାଟି କାରଣରୁ ତ୍ୱଚା ଖରାପ ହୋଇଯାଉଛି। ଏହା ସଂସ୍ପର୍ଶରେ ଆସି ତ୍ୱଚାରେ ବ୍ରଣ, ନାଲି ବ୍ରଣ, ତ୍ୱଚା ମଳିନ ପଡ଼ିଯିବା, ଚର୍ମ କୁଞ୍ଚନ ଆଦି କେତେକ ସମସ୍ୟା ଦେଖା ଦେଉଛି। ତେବେ ଏଥିରୁ ଛୁଟକାରା ପାଇବା ପାଇଁ ଲୋକେ ସାଧାରଣତଃ ବିଭିନ୍ନ ପ୍ରକାର ବିଉଟି ପ୍ରଡକ୍ଟ ବ୍ୟବହାର କରିଥାଆନ୍ତି। କିନ୍ତୁ କେବେ କେବେ ଘରୋଇ ଉପାୟ ଜରିଆରେ ମଧ୍ୟ ଏହି ସ୍କିନ୍‌ ସମସ୍ୟାରୁ ମୁକ୍ତି ପାଇହେବ। ଆଜି ଆମେ ଆପଣଙ୍କୁ ଲୁଣ ପାଣିର ଫାଇଦା ବିଷୟରେ କହିବୁ।
ଲୁଣ ପାଣିର ଟୋନର: ଲୁଣ ପାଣି ତ୍ୱଚା ଉପରେ ମହଜୁଦ ବ୍ୟାକ୍ଟେରିଆକୁ ଦୂର କରି ବ୍ରଣ ଓ ବ୍ରେକଆଉଟ ସମସ୍ୟାରୁ ମୁକ୍ତି ଦେଇଥାଏ। ଲୁଣରେ ମହଜୁଦ ପୋଷକ ତତ୍ତ୍ୱ ସ୍କିନ୍‌ ପୋର୍ସକୁ ଗଭୀରତାରୁ ସଫା କରିଥାଏ। ଏଥିପାଇଁ ୩-୪ କପ୍‌ ପାଣିକୁ ହାଲୁକା ଗରମ କରି ନିଅନ୍ତୁ। ଏଥିରେ ୧ ଚାମଚ ସାମୁଦ୍ରିକ ଲୁଣ ମିଶାନ୍ତୁ। ଯେତେବେଳେ ଏହି ପାଣି ଥଣ୍ଡା ହୋଇଯିବ, ତ ଏହାକୁ ବୋତଲରେ ଭରି ରଖନ୍ତୁ। ଏହାପରେ ଆପଣ ତୁଳା ସାହାଯ୍ୟରେ ଏହି ଲୁଣ ପାଣିକୁ ଟୋନର ରୂପେ ବ୍ୟବହାର କରିପାରିବେ।
ସ୍କ୍ରବ: ଲୁଣ ତ୍ୱଚାକୁ ଏକ୍ସଫୋଲିଏଟ୍‌ କରି ଏହାକୁ ଗଭୀରତାରୁ ସଫା କରିଥାଏ ଏବଂ ଡେଡ୍‌ ସ୍କିନ୍‌ ସେଲ୍ସକୁ ହଟାଇ ଦେଇଥାଏ। ଏଥିପାଇଁ ଆପଣ ଏକ ଚତୁର୍ଥାଂଶ କପ୍‌ ଲୁଣରେ ଏକ ଚତୁର୍ଥାଂଶ ନଡ଼ିଆ ତେଲ କିମ୍ବା ଅଲିଭ୍‌ ଅଏଲ୍‌ ମିଶାନ୍ତୁ। ଏହି ପେଷ୍ଟକୁ ନିଜ ତ୍ୱଚାରେ ଲଗାଇ ସର୍କୁଲାର ମୋଶନରେ ମସାଜ କରନ୍ତୁ। ପରେ ଟାେଓ୍ଵଲ କିମ୍ବା ଲୁଫା ସାହାଯ୍ୟରେ ସ୍କିନ୍‌ ରଗଡ଼ନ୍ତୁ।
ଫେସ୍‌ ମାସ୍କ: ୧ ଚାମଚ ଲୁଣରେ କିଛି ବୁନ୍ଦା ପାଣି ମିଶାଇ ନିଅନ୍ତୁ। ଏବେ ଏହି ପେଷ୍ଟରେ ମହୁ ମିଶାନ୍ତୁ। ମହୁ, ଲୁଣ ପାଣିରେ ଭଲ ଭାବେ ମିଶିଯିବା ପରେ ଏହି ଫେସ୍‌ ମାସ୍କକୁ ନେଇ ନିଜ ବେକ ଓ ଚେହେରାରେ ଲଗାନ୍ତୁ। ୧୫ ମିନିଟ୍‌ ପର୍ଯ୍ୟନ୍ତ ଶୁଖିଗଲା ପରେ ଚେହେରାକୁ ହାଲୁକା ଗରମ ପାଣିରେ ଧୋଇ ଦିଅନ୍ତୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top