Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କାନ୍ଦାହାର ସହରରେ ତାଲିବାନର ବଡ଼ ପଦକ୍ଷେପ, ଶତାଧିକ ବନ୍ଦୀ ମୁକ୍ତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ ଆକ୍ରମଣ ଜାରି ରଖିଛି । ଆଫଗାନିସ୍ତାନର ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ ଅକ୍ତିଆରକୁ ନେଇ ସାରିଲାଣି । କ୍ରମାଗତ ଭାବେ ଆଫଗାନିସ୍ତାନ ଉପରେ ଆକ୍ରମଣ ଜାରି ରଖିଛି । ଆଗାମୀ ୩୦ରୁ ୯୦ ଦିନ ମଧ୍ୟରେ ଆଫଗାନିସ୍ତାନକୁ ତାଲିବାନ ତା ଅକ୍ତିଆରକୁ ନେଇ ଯାଇପାରେ ବୋଲି ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ଜୋର ଧରିଛି । ଏହି କ୍ରମରେ ଆଜି ଆଫଗାନିସ୍ତାନର କାନ୍ଦାହାର ସହରରୁ ନିଜ ଅକ୍ତିଆରକୁ ନେଇଛି ।
କାନ୍ଦାହାର ସହରର ସେଣ୍ଟ୍ରାଲ ଜେଲ ଉପରେ ଆକ୍ରମଣ କରି ଶତାଧିକ ବନ୍ଦୀଙ୍କୁ ମୁକ୍ତି କରିଛି ତାଲିବାନ । ଫଳରେ ଜେଲରେ ଥିବା ଶତାଧିକ ରାଜନୈତିକ କଏଦୀ ମୁକ୍ତ ହୋଇଛନ୍ତି । ଏହି ସମୟର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଏନେଇ ତାଲିବାନୀ ପ୍ରବକ୍ତା କାରି ୟୁସୁଫ ଅହମ୍ମଦୀ କହିଛନ୍ତି କି ବୁଧବାର କାନ୍ଧାର ସେଣ୍ଟ୍ରାଲ ଜେଲକୁ ନିଜ ଅକ୍ତିଆରକୁ ନେଇଛୁ ।
ତେବେ ତାଲିବାନର ଏହା ପ୍ରଥମ ଜେଲ ଅକ୍ତିଆର ନୁହେଁ । ଏହା ପୂର୍ବରୁ ସରପୋସା ଜେଲକୁ ନିଜ ଅକ୍ତିଆରକୁ ନେଇ ସେଠାରୁ ବନ୍ଦୀଙ୍କୁ ମୁକ୍ତ କରିଥିଲା ତାଲିବାନ । ୨୦୦୮ ଓ ୨୦୧୧ ମସିହାରେ ମଧ୍ୟ ଆଫଗାନିସ୍ତାନର ଜେଲ ଉପରେ ତାଲିବାନ ଆକ୍ରମଣ କରିଥିବା ଜଣାଯାଏ । ତାଲିବାନର ପ୍ରବକ୍ତା କାରି ୟୁସୁଫ ଅହମଦୀ କହିଛନ୍ତି କି ଦୀର୍ଘ ଦିନ ଧରି ଜାରି ରହିଥିବା ଏହି ଯୁଦ୍ଧରେ ଘେରାବନ୍ଦୀ ଓ ହିଂସାତ୍ମକ ଆକ୍ରମଣ ପରେ ଆମେ ଆଜି କାନ୍ଦାହାର ସହରର ସେଣ୍ଟ୍ରାଲ ଜେଲକୁ ଆଜି ଦ୍ବିପ୍ରହରରେ ସମ୍ପୂର୍ଣ୍ଣ ଭାବେ ନିଜ ଅକ୍ତିଆରକୁ ନେଇ ସାରିଛୁ। ଜେଲରେ ଥିବା ସମସ୍ତ ସୁରକ୍ଷାକର୍ମୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିବା ପରେ ସେଠାରୁ କଏଦୀମାନଙ୍କୁ ମୁକ୍ତ କରିଦିଆଯାଇଛି ବୋଲି ସେ କହିଛନ୍ତି । କଏଦୀମାନେ ମୁକ୍ତ ହେବା ପରେ ତାଙ୍କୁ ସ୍ବାଗତ କରାଯାଇଛି ବୋଲି ୟୁସୁଫ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top