ଅନୁଭୂତ ହେଲାଣି ଅସହ୍ୟ ତାତି ଏହାରି ଭିତରେ ବଢିଚାଲିଛି ପ୍ରଦୂଷଣର ମାତ୍ରା । ଗ୍ରୀଷ୍ମ ପ୍ରବାହ ଲାଗି ଅତିଷ୍ଠ ହୋଇପଡିଲେଣି ଲୋକେ । କେବଳ ତାତିର ପ୍ରବାହ ନୁହେଁ ଏଥିସହ ଅନେକ ରୋଗରେ ମଧ୍ୟ ଛଟପଟ ହେଉଛନ୍ତି । ଏହି ଦିନେ ସାଧାରଣତଃ ଇମ୍ୟୁନିଟି ସିଷ୍ଟମ ପ୍ରଭାବିତ ହୋଇଥାଏ । ପାଚନ ଓ ତ୍ୱଚା ସମ୍ବନ୍ଧିତ ସମସ୍ୟା ସହ ଫ୍ଲୁ ଓ ସଂକ୍ରମଣର ଆଶଙ୍କା ବି ରହିଥାଏ । ତେଣୁ ଏହାକୁ ପ୍ରତିହତ କରିବାକୁ ଜାଣିବା କିଛି ସରଳ ଉପାୟଟ୍ ।
୧.ଖରା ଦିନେ ବହୁତ ଶୋଷ ଲାଗୁଥିବା ବେଳେ ଝାଳ ମଧ୍ୟ ପ୍ରବଳ ବୋହିଥାଏ । ଏହି ସମୟରେ ଶରୀରକୁ ହାଇଡ୍ରେଡ ରଖିବା ବହୁତ ଜରୁରୀ ହୋଇପଡ଼େ । ଆପଣଙ୍କ ଶରୀରରେ ପର୍ୟ୍ୟାପ୍ତ ପରିମାଣର ଜଳୀୟ ଅଂଶ ଥିଲେ ଆପଣ ବହୁ ରୋଗ ପ୍ରତିରୋଧ କରି ପାରିବେ ।
୨. ଶରୀରରେ ଫାଇବର ମାତ୍ରା ବୃଦ୍ଧି କରାଇବା ନିମନ୍ତେ ଆପଣ ପନିପରିବା, ଫଳମୂଳ, ଆଦି ଖାଇବାକୁ ଗୁରୁତ୍ୱ ଦିଅନ୍ତୁ । ଏହି ଦିନରେ ଯଥା ସମ୍ଭବ ତେଲ ମସଲା ଖାଦ୍ୟରୁ ଦୂରେଇ ରୁହନ୍ତୁ ।
୩. ଫାଇବର ସ୍ରୋତର ଖାଦ୍ୟ ପଦାର୍ଥ ଆପଣଙ୍କ ପାଚନ କ୍ରିୟାକୁ ଠିକ୍ ରଖିଥାଏ । କବଜ୍ ସସମ୍ୟା ମଧ୍ୟ ଏହା ଦୂର କରିଥାଏ। ୪.ଖରା ଦିନେ ଚା, କଫି ଆଦି ଅଧିକ ସେବନ କରିବା କ୍ଷତିକାରକ । ଏହାଦ୍ୱାରା ଅଲସର, ଏସିଡ଼ିଟି ଓ ପେଟ ଜଳାପୋଡା ହେବା ଆଦି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଖରା ଦିନେ ଯଥାସମ୍ଭବ ଏହାଠୁ ଦୂରରେ ରୁହନ୍ତୁ ।
୫. ଏହା ବଦଳରେ ଆପଣ ଦହି, ଜୁସ୍, ଲସି ଆଦି ଥଣ୍ଡା ଜାତୀୟ ପାନୀୟ ଡାଏଟରେ ସାମିଲ କରନ୍ତୁ ।


