Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଫିଲିପାଇନ୍ସରେ ତାଣ୍ଡବ ରଚିଲା ରାଇ, ମୃତ୍ୟୁ ସଂଖ୍ୟା ୨୦୦କୁ ଛୁଇଁଲା

ନୂଆଦିଲ୍ଳୀ: ଫିଲିପାଇନ୍ସରରେ ପ୍ରକୃତିର ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ରାଇ । ଏହି ବାତ୍ୟା ପ୍ରଭାବରେ ମୃତ୍ୟୁ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୫୨ ଜଣ ନିଖୋଜ ଅଛନ୍ତି। ବିଗତ ୩ ଦିନ ଧରି ଏହି ଟାଇଫୁନ୍ ତାଣ୍ଡବ ମଚାଇଛି । କହିବାକୁ ଗଲେ ଫିଲିପାଇନ୍ସରେ ଗୁରୁବାର ଏବଂ ଶୁକ୍ରବାର ଦିନ ଘୂର୍ଣ୍ଣିବଳୟ ଯୋଗୁଁ ପ୍ରବଳ ଧ୍ୱଂସବିଧ୍ୱଂସ ଘଟିଛି। ପ୍ରାୟ ୭୮୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିମଧ୍ୟରୁ ବାତ୍ୟା ଯୋଗୁ ଯୋଗୁ ୩୦୦,୦୦୦ର ଅଧିକ ନିଜ ଘର ଏବଂ ବେଳାଭୂମି ରିସର୍ଟ ଛାଡିଛନ୍ତି। ବାତ୍ୟା ପ୍ରଭାବରେ ଅଧିକାଂଶ ମୃତ୍ୟୁ ମଧ୍ୟ ଭିସାୟ କ୍ଷେତ୍ରରେ (୧୨୮ ଜଣ ମୃତ) ହୋଇଥିବା ବେଳେ ପଶ୍ଚିମ ଭିସାୟ କ୍ଷେତ୍ରରେ ବି ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫିଲିପାଇନ୍ସ ନ୍ୟାସନାଲ ପୋଲିସ୍ (ପିଏନପି) ମୁଖପାତ୍ର କର୍ଣ୍ଣେଲ ରୋଡେରିକ୍ ଅଗଷ୍ଟସ୍ ଅଲବାଙ୍କ ରବିବାର ଏହି ସୂଚନା ଦେଇଛି।

ଏହାପୂର୍ବରୁ ବୋହୋଲ ପ୍ରଦେଶର ରାଜ୍ୟପାଳ ଆର୍ଥର ୟାପ ସୂଚନା ଦେଇଛନ୍ତି ଯେ ଏହା ପ୍ରଭାବରେ ଅନ୍ୟ ୧୦ ଜଣ ନିଖୋଜ ଅଛନ୍ତି ଏବଂ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଖବର ମିଳିଛି । ଅନ୍ୟପଟେ ଯୋଗାଯୋଗ ବିଚ୍ଛିନ୍ନ ହେତୁ ୪୮ ମେୟରଙ୍କ ମଧ୍ୟରୁ କେବଳ ୩୩ ଜଣ ତାଙ୍କ ସହ ଯୋଗାଯୋଗ କରିପାରନ୍ତି । ଭୂସ୍ଖଳନ ଏବଂ ଭୟଙ୍କର ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ଜାଣିବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ଫେସବୁକରେ ଏକ ପୋଷ୍ଟରେ ୟାପ ତାଙ୍କ ପ୍ରଦେଶର ମେୟରମାନଙ୍କୁ ରିଲିଫ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ କହିଥିଲେ। କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡ଼ିକୁ ଜଳ ଏବଂ ଖାଦ୍ୟ ଯୋଗାଣ ପାଇଁ ପ୍ରୟାସ ଜାରି ରଖିବାକୁ ମେୟରମାନଙ୍କୁ କୁହାଯାଇଛି ।

ଉଲ୍ଲେଖନୀୟ କଥା ହେଉଛି, ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟ ଶନିବାର ଦିନ ଏକ ବିମାନ ସର୍ଭେ କରିଥିଲେ ଏବଂ ଦୁଇ ବିଲିଅନ୍ ଅଧିକ ସହାୟତା ପାଇଁ ପ୍ରତିଶୃତି ଦେଇଥିଲେ । ଦକ୍ଷିଣ ଲେଟେ ପ୍ରଦେଶର ମାସିନ ସହରର ଅଧିକାରୀଙ୍କ ସହ ରାଷ୍ଟ୍ରପତି ସାକ୍ଷାତ କରିଥିଲେ। ଅଧିକାରୀଙ୍କ କହିବାନୁସାରେ, ୨୨୭ ସହରରେ ଯୋଗାଯୋଗ ଏବଂ ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି। ଅନେକ ଘର ଉପରେ ବିଦ୍ୟୁତ୍ ଖୁଣ୍ଟ ଏବଂ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଗ୍ରାମାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୨୧ ଟି କ୍ଷେତ୍ରରେ ଏହା ପୁନରୁଦ୍ଧାର କରାଯାଇଛି । ତିନିଟି ଆଞ୍ଚଳିକ ବିମାନବନ୍ଦର ନଷ୍ଟ ହୋଇଥିବା ଅଧିକାରୀ କହିଛନ୍ତି। ଏଥିମଧ୍ୟରୁ ଦୁଇଟି ବନ୍ଦ ଅଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top