Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୋନୁ ସୁଦଙ୍କ ବିରୋଧରେ ୨୦ କୋଟି ଟଙ୍କା କର ଚୋରି ଅଭିଯୋଗ ଆଣିଲା ବିଭାଗ

ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ନେଇ ଆୟକର ବିଭାଗ ଅଭିଯୋଗ କରିଛି । ତେବେ ଏହି ମାମଲାକୁ ନେଇ ଭବିଷ୍ୟତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ ସିବିଆଇ ସମେତ ଗୃହ ମନ୍ତ୍ରଣାଳୟର ଏଫସିଆର ଡିଭିଜନର ତଦନ୍ତ ହେବାର ସମ୍ଭାବନା ରହିଛି। ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତିରେ ଲକ୍ଷ୍ନୌର ଏକ କମ୍ପାନୀ ଉପରେ ହୋଇଥିବା ଚଢାଉ ବିଷୟରେ ମଧ୍ୟ କୁହାଯାଇଛି ଯାହା ଅଭିନେତାଙ୍କ ସହ ଜଡିତ ଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ସୋନୁ ସୁଦଙ୍କ ପକ୍ଷକୁ ଅପେକ୍ଷା କରାଯାଇଛି।

ଆୟକର ବିଭାଗ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ସୋନୁ ସୁଦଙ୍କ ବାସସ୍ଥାନ ସହିତ ଏକାଧିକ ସ୍ଥାନରେ ଟିମ ଚଢାଉ କରିଥିଲା। ବିଭାଗକୁ ସୂଚନା ମିଳିଥିଲା କି ନିଜର ଆୟକୁ ନେଇ ସୋନୁ ଯେଉଁ ତଥ୍ୟ ବିଭାଗକୁ ଦେଇଥିଲେ, ସେଥିରେ ସନ୍ଦେହ ଉପୁଜିଥିଲା। ତେବେ ଏହି ସନ୍ଦେହ ଦୃଢିଭୂତ ହେବା ପରେ ଆୟକର ବିଭାଗ ପକ୍ଷରୁ ସୋନୁଙ୍କ ବିଭିନ୍ନ ସ୍ଥାନରେ ଚଡାଉ କରାଯାଇଥିଲା। ଚଢାଉ ସମୟରେ ଟିମକୁ ଏଭଳି କିଛି ଦସ୍ତାବିଜ ମିଳିଛି ଯେଉଁଥିରୁ ସୋନୁ କୋଟି କୋଟି ଟଙ୍କାର ଆୟକର ଫାଙ୍କିଥିବା ସ୍ପଷ୍ଟ ହୋଇଛି।

ଆୟକର ବିଭାଗ କହିବା ମୁତାବକ ସୋନୁ ସୁଦଙ୍କୁ ଫିଲ୍ମ ଜଗତରୁ ଯେଉଁ ଅର୍ଥ ସବୁ ମିଳିଥିଲା ସେଥିରୁ ଅଧିକାଂଶ ଅର୍ଥ ନିଜର ଆୟ ଭାବରେ ନ ଦେଖାଇ ଅନସିକ୍ୟୋର୍ଡ ଲୋନ ଭାବରେ ଦେଖାଇଛନ୍ତି। ଆୟକର ବିଭାଗ କହିବା ମୁତାବକ ବର୍ତ୍ତମାନ ସୁଦ୍ଧା ୨୦ଟି ଏଭଳି କମ୍ପାନୀ ସମ୍ପର୍କରେ ସୂଚନା ମିଳିଛି ଯାହା ସମ୍ପର୍କରେ ସୋନୁ ଅନସିକ୍ୟୋର୍ଡ ଲୋନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଯେତେବେଳେ କି ଏହି ରୋଜଗାର ନିଜର ବୋଲି ସେ ସୂଚନା ଦେଇଛନ୍ତି।

ଆୟକର ବିଭାଗ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ସୋନୁ ସୁଦ ନିଜର ଚ୍ୟାରିଟି ଟ୍ରଷ୍ଟ ୨୦୨୦ ମସିହା ଜୁଲାଇ ୨ ତାରିଖରେ ଆରମ୍ଭ କରିଥିଲେ। ଏହି ଟ୍ରଷ୍ଟରେ ୧୮ କୋଟି ୯୪ ଲକ୍ଷ ଟଙ୍କା ଆସିଥିଲା। ଏଥିରେ ଏକ କୋଟି ୯୦ ଲକ୍ଷ ଟଙ୍କା ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ କରିଥିଲେ। ସେହିପରି ୧୭ କୋଟି ଟଙ୍କା ବର୍ତ୍ତମାନ ଟ୍ରଷ୍ଟ ଖାତାରେ ରହିଛି। ଦସ୍ତାବିଜ ଯାଞ୍ଚ ସମୟରେ ଏହି ଟ୍ରଷ୍ଟକୁ ବିଦେଶୀ ପାଣ୍ଠି ମଧ୍ୟ ଆସିଥିବା ବିଭାଗ ସୂଚନା ଦେଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top