Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୧ରୁ ବିଧାନସଭାର ମୌସୁମୀ ଅଧିବେଶନ: ମାଳମାଳ ପ୍ରସଙ୍ଗ, ସମୟ କମ୍

ଭୁବନେଶ୍ବର (ଓଡ଼ିଶା ଓ୍ବେୟାର) : ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ଏଥର ମାଳମାଳ ପ୍ରସଙ୍ଗ ରହିଛି । ହେଲେ ସମୟ କମ ରହିଛି । କୋଭିଡ୍‌ କଟକଣାରେ ସେପ୍ଟେମ୍ବର ୧ରୁ ୯ ତାରିଖ ଯାଏ ଅଧିବେଶନ ଚାଲିବ । ଚଳିତ ଅଧିବେଶନରେ ରହିବ ୮ଟି କାର୍ଯ୍ୟ ଦିବସ । ଏଥିରୁ ୭ ଦିନ ଅଫିସିଆଲ୍‌ ବିଜନେସ୍‌ ପାଇଁ ସ୍ଥିର ହୋଇଥିବା ବେଳେ ଗୋଟିଏ ଦିନ ସେପ୍ଟେମ୍ବର ୩ ତାରିଖ ପ୍ରାଇଭେଟ୍‌ ମେମ୍ବର୍ସ ବିଜନେସ୍‌ ପାଇଁ ଧାର୍ଯ୍ୟ ହୋଇଛି । ମୌସୁମୀ ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହରେ ଆଗତ ହୋଇପାରେ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି ।
ମରୁଡ଼ି ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି, ବିରୋଧୀ ଏହି ପ୍ରସଙ୍ଗ ଉଠାଇପାରନ୍ତି । କୋଟିଆ ସୀମା ବିବାଦ ପ୍ରସଙ୍ଗ ମଧ୍ୟ ବିରୋଧୀଙ୍କ ହାତରେ ରହିଛି । ସେହିଭଳି ପୌର ନିର୍ବାଚନକୁ ନେଇ ମଧ୍ୟ କମ୍ପିପାରେ ଗୃହ । ପ୍ରତି ଅଧିବେଶନରେ ସମସ୍ତଙ୍କୁ ଚକିତ କଲାଭଳି କିଛି ପ୍ରସ୍ତାବ ପାରିତ କରିବାର ନଜର ରହିଛି । ତେଣୁ ଏଥର ସରକାର ସେପରି କିଛି କରିବେ କି ନାହିଁ, ତାହା ଉପରେ ନଜର ରହିଛି । ଆଜି ବିଜେପି ବିଧାୟକ ଦଳ ବୈଠକ ବସୁଥିବା ବେଳେ ଆସନ୍ତାକାଲି କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ ବସିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top