Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସବୁଠୁ ଦାମୀ ଆଇସକ୍ରିମ

ସାଧରଣତଃ ଆଇସକ୍ରିମ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସେ ବାହାଘର ହେଉ କି ସାଙ୍ଗ ସାଥୀଙ୍କ ସହିତ ବାହାରେ ବୁଲା ବୁଲି ହେଉ ,ଏହି ସମୟରେ ଆଇସକ୍ରିମ ଖାଇବା ମଜା ଅଲଗା ପ୍ରକାର ହୋଇଥାଏ । ବିଶେଷ କରି ପୁଅମାନଙ୍କ ଅପେକ୍ଷା ଝିଅ ମାନେ ଅଧିକ ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ କେବେବି ଭାବିଛନ୍ତି କି ,ସୁନାରେ ସଜେଇ ହୋଇ ରହିଥିବା ଆଇସକ୍ରିମ ସ୍ୱାଦ ଖାଇବାକୁ କିପରି ଲାଗିବ ? କିନ୍ତୁ ମାର୍କେଟରେ ସୁନାରେ ସଜେଇ ହୋଇଥିବା ଆଇସକ୍ରିମ ଉପଲବ୍ଧ ହୋଇଛି । ମାତ୍ର ଏହା ଏତେ ମହଙ୍ଗା ଯେ, ଏହାର ଗୋଟିଏ ସ୍କୁପର ଦାମରେ ଆପଣ ୧୦ ଗ୍ରାମ ଶୁଦ୍ଧ ସୁନା କିଣିପାରିବେ ।
ତେବେ ସୁନା ଛିଞ୍ଚି ସର୍ଭ କରାଯାଉଥିବା ଏହି ଆଇସକ୍ରିମର ଏକ ସ୍କୁପର ଦାମ୍ ୬୦ ହଜାର ଟଙ୍କା ରହିଛି । ଏହି ଆଇସକ୍ରିମ ଦୁବାଇର ସ୍କୁପି କ୍ୟାଫେ ଦ୍ୱାରା ଲଞ୍ଚ କରାଯାଇଛି, ଯାହାକି ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ । ଏହି ମହଙ୍ଗା ଆଇସକ୍ରିମର ନାଁ ‘ବ୍ଲାକ ଡାଇମଣ୍ଡ’ ରଖାଯାଇଛି । ଅଭିନେତ୍ରୀ ଶେନାଜ ଟ୍ରେଜରୀ ଦୁବାଇ ଭ୍ରମଣ କରୁଥିବା ସମୟରେ ଦୁନିଆର ଏହି ମହଙ୍ଗା ଆଇସକ୍ରିମର ସ୍ୱାଦ ଚାଖିଥିଲେ । ଏହା ସହ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କହିଥିଲେ ଯେ, ଏପରି କ’ଣ ଅଛି ଯାହାକୁ ଟଙ୍କା ସାହାର‌୍ୟ୍ୟରେ କିଣାଯାଇପାରିବ ନାହିଁ । ଗୋଟିଏ ଆଇସକ୍ରିମ ପାଇଁ ୬୦,୦୦୦ ଟଙ୍କା । ଦୁବାଇରେ ସୁନା ଖାଉଛି । ଏହା ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ ।’

ସ୍କୁପି କ୍ୟାଫେ ଦ୍ୱାରା ଲଞ୍ଚ ହୋଇଥିବା ଏହି ‘ବ୍ଲାକ୍ ଡାଇମଣ୍ଡ’ ଆଇସକ୍ରିମରେ ଭାନିଲା ଉପରେ ଇରାନର କେସର ଓ କଲା ଟ୍ରଫଲ ସମେତ ୨୩ କ୍ୟାରେଟ ଖାଇବା ଯୋଗ୍ୟ ସୁନା ସିଞ୍ଜନ କରାଯାଇଛି । ଏତେ ଟଙ୍କାର ମୂଲ୍ୟବାନ୍ ଆଇସକ୍ରିମ ସର୍ଭ କରିବାକର ଶୈଳୀ ମଧ୍ୟ ରାଜକୀୟ ଭାବେ ରହିଛି । ସୁନ୍ଦର କଳା ଏବଂ ସୁବର୍ଣ୍ଣ ରଙ୍ଗର କପରେ ଆଇସକ୍ରିମକୁ ସର୍ଭ କରାଯାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top