Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନଭେମ୍ବର ୨୨ରୁ ନବମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା

ଭୁବନେଶ୍ବର (ଓଡ଼ିଶା ୱେୟାର) : ନୂଆ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ଏବଂ ମୂଲ୍ୟାୟନ ପଦ୍ଧତି ନିଷ୍ପତ୍ତି ପରେ ନବମ ଶ୍ରେଣୀର ସମେଟିଭ- ୧ ପରୀକ୍ଷା ତାରିଖ ଘୋଷଣା କରିଛି ମାଧ୍ୟମିକ ବୋର୍ଡ। ନଭେମ୍ବର ୨୨ରୁ ୨୪ ମଧ୍ୟରେ ହେବ ପ୍ରଥମ ସମେଟିଭ୍‌ ପରୀକ୍ଷା। ଏଥିରେ ୪୦ମାର୍କର ପରୀକ୍ଷା ହେବ। ୨୦ମାର୍କର ସବ୍‌ଜେକ୍‌ଟିଭ୍‌ ଓ ୨୦ମାର୍କର ଅବଜେକ୍‌ଟିଭ ପରୀକ୍ଷା ହେବ।

ଏହାର େଓ୍ଵଟେଜ ୩୦ ପ୍ରତିଶତ ରହିବ। ୨୩ ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ନଭେମ୍ବର ୩୦ ମଧ୍ୟରେ ସରିବ ଖାତା ମୂଲ୍ୟାୟନ। ଡିସେମ୍ବର ୬ରୁ ୧୩ ତାରିଖ ଭିତରେ ଅନଲାଇନରେ ମାର୍କ ଅପଲୋଡ କରାଯିବ। ଫରମେଟିଭ୍‌ ଓ ସମେଟିଭ୍‌ ପରୀକ୍ଷାର ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ପୂର୍ବରୁ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯାଇଛି। ବର୍ଷକୁ ୪ଟି ଫରମେଟିଭ୍‌ ଆସେସମେଣ୍ଟ ହେବ। ପ୍ରତିବର୍ଷ ୨ଟି ସମେଟିଭ୍‌ ପରୀକ୍ଷା ହେବ। ଦଶମ ଶ୍ରେଣୀ ପାଇଁ ସମେଟିଭ ପରୀକ୍ଷା ତାରିଖ ଖୁବ ଶୀଘ୍ର ଘୋଷଣା ହେବ। ନଭେମ୍ବର ଓ ଡିସେମ୍ବର ଆରମ୍ଭରୁ ଏହି ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ଯପଟେ ସୂଚନା ଥାଉକି, ଗତକାଲିଠାରୁ ଖୋଲିଛି ଏକାଦଶ ଶ୍ରେଣୀ। କୋଭିଡ୍‌ କଟକଣା ଭିତରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି। କଣ୍ଟେନମେଣ୍ଟ ଜୋନରେ ଥିବା କୌଣସି ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବାକୁ ବାରଣ କରାଯାଇଛି । ଶ୍ରେଣୀ ଗୃହରେ ଚୌକି, ବେଞ୍ଚ, ଲାଇବ୍ରେରୀ, ଲାବୋରୋଟୋରୀ, ଟଏଲେଟ ଆଦିକୁ ବିଶୋଧନ କରାଯାଇଛି । ଶ୍ରେଣୀଗୃହ ଭିତରେ ବସିବା ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ଭିନ୍ନ ଭିନ୍ନ ସମୟ ବ୍ୟବଧାନ ସ୍ଥିର କରିବା ସହ ଶାରୀରିକ ଦୂରତ୍ବ ରକ୍ଷା ନିମନ୍ତେ ସୁନିଶ୍ଚିତ ହେବାକୁ ଦୃଷ୍ଟି ଦିଆଯାଇଛି । ଏହାସହ ଶ୍ରେଣୀରେ ପାଠପଢ଼ା ସମୟରେ ମାସ୍କ୍ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି।

ପିଇବା ପାଣି, ସାନିଟାଇଜେସନର ପର୍ଯ୍ୟାପ୍ତ ସୁବିିଧା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କୁ ସ୍କୁଲକୁ ନେବା ଆଣିବା ଦାୟିତ୍ୱ ଅଭିଭାବକମାନେ ତୁଲାଇବେ । ସ୍କୁଲକୁ ଆସିବାକୁ ସମସ୍ତଙ୍କୁ ବାଧ୍ୟତାମୂଳକ ନୁହେଁ । ଅଭିଭାବକଙ୍କ ସମ୍ମତିରେ ପଢ଼ିବାକୁ ଆସିବେ ଛାତ୍ରଛାତ୍ରୀ । ଏବେ କେବଳ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ କ୍ଲାସ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top