Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘ସଭାପତି ପଦ ଚିରସ୍ଥାୟୀ ନୁହେଁ’

ଭୁବନେଶ୍ବର (ଓଡ଼ିଶା ୱେୟାର):ରାଜ୍ୟରେ ଦିନକୁ ଦିନ କଂଗ୍ରେସର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ବିଭିନ୍ନ ନିର୍ବାଚନରେ କଂଗ୍ରେସ ଯେଉଁଭଳି ପରାଜୟର ସାମ୍ନା କରୁଛି, ତାହାକୁ ଆଦୌ ସହଜରେ ଗ୍ରହଣ କରି ପାରୁ ନାହାନ୍ତି କଂଗ୍ରେସ କର୍ମକର୍ତ୍ତାମାନେ। ଯାହାଫଳରେ ପିସିସି ସଭାପତି ନିରଂଜନଙ୍କ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଏହି ଚର୍ଚ୍ଚା ଉପରୁ ପରଦା ଉଠାଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଂଜନଙ୍କ ପଟ୍ଟନାୟକ।

ସେ କହିଛନ୍ତି, ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ। ମୁଁ ପଦରେ ରହିବି ନା ନାହିଁ ଏହା ମୋ ପାର୍ଟିର ଭିତର କଥା। ମୁଁ ହାଇକମାଣ୍ଡଙ୍କୁ ପିପିଲି ଉପନିର୍ବାଚନ ଫଳ ଆସିବା ପୂର୍ବରୁ ଚିଠି ଲେଖିଛି, କିନ୍ତୁ ଚିଠିରେ କଣ ଲେଖିଛି ସେ କଥା ଗଣମାଧ୍ୟମକୁ କହିବି ନାହିଁ। AICC କିଛି ନିଷ୍ପତି ନନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି।

ଏହା ସହିତ ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ସଭାପତି ଅଛି ନେତୃତ୍ୱ ନେଉଥିବି। ବହୁ ଦିନ ହେବ ସଭାପତି ରହିଲିଣି । ଏବେ ପରିବର୍ତ୍ତନ ହେଇ ପାରେ। ବହୁତ ଯୋଗ୍ୟ ବ୍ୟକ୍ତି ଦଳରେ ଅଛନ୍ତି ସଭାପତି ହେବା ପାଇଁ। ଏଆଇସିସି ପଚାରିଲେ ସେ ତାଙ୍କର ମତାମତ ଦେବେ ବୋଲି କହିଛନ୍ତି। ଏହା ସହିତ କର୍ମୀ ହତାଶ ହେବାର କାରଣ ନାହିଁ , ମୁଁ ସଭାପତି ଥିଲା ଯାଏଁ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବି ନାହିଁ ବୋଲି ସେ ନିଜର ପ୍ରତିକ୍ରୀୟାରେ କହିଛନ୍ତି ।

ସୂଚନା ଥାଉକି, ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ ଭବନ ଆଗରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ତେଜନା। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି କଂଗ୍ରେସ ଭବନ ଆଗରେ ଜୋରଦାର ନାରା ଦିଆଯାଇଥିଲା। ପିପିଲି ଉପନିର୍ବାଚନ ଫଳାଫଳ ବାହାରିବା ପରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ। ନିରଞ୍ଜନ ହଟାଅ ଓ କଂଗ୍ରେସ ବଞ୍ଚାଅ ନାରା ଦେଇ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top