Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୯/୧୧ରେ ସରକାର ଗଢିବ ତାଲିବାନ !, ଆମେରିକାକୁ ଦେବ ଚେତାବନୀ

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ତାଲିବାନ ସରକାର ଗଢିବାକୁ ଯାଉଛି । ଏନେଇ ତାଲିବାନର ଶୀର୍ଷ ନେତୃତ୍ବଙ୍କର ଘନ ଘନ ବୈଠକ ବସୁଥିବା ଦେଖିବାକୁ ମିଳିଛି। ତେବେ ଏହା ମଧ୍ୟରେ ଆସନ୍ତା ୧୧ ତାରିଖରେ ତାଲିବାନ ନୂଆ ସରକାର ଗଢିବା ନେଇ ଆଳୋଚନା ଜୋର ଧରିଛି । ଏହି ଦିନ ସେ ସରକାର ଗଠନ କରି ଆମେରିକାକୁ ଚେତାବନୀ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।
ଗତ ୨୦ ବର୍ଷ ତଳେ ଏହି ସେପ୍ଟେମ୍ବର ୧୧ ତାରିଖରେ ଆଲକାଏଦା ଆମେରିକାର ଓ୍ୱାର୍ଳଡ ଟ୍ରେଡ଼ ସେଣ୍ଟର ଉପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ କରିଥିଲା। ଯାହା ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିଲା । ସେତେବେଳେ ଆଲକାଏଦାର ମୁଖ୍ୟ ଲାଦେନକୁ ତାଲିବାନ ଆଫଗାନିସ୍ତାନରେ ଶରଣ ଦେଇଥିଲା । ତେବେ ପୁନର୍ବାର ତାଲିବାନ ଏହି ଦିନ ସରକାର ଗଠନ କରି ଆମେରିକାକୁ ଚେତାବନୀ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ସେପଟେ ତାଲିବାନର ମନ୍ତ୍ରିମଣ୍ଡଳକୁ ନେଇ ଆଲୋଚନା ଜୋର ଧରିଛି । ନୂଆ ସରକାରର କମାଣ ମୁଲ୍ଲା ମହମ୍ମଦ ହସନ ଆଖୁନଙ୍କ ହାତରେ ରହିବ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଏନେଇ ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି କି ଅମିରୁଲ ମୋମିନିନ ଶେଖ ହିବତୁଲ୍ଲା ଅଖୁନଜାଦା ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦଙ୍କୁ ରଇସ-ଏ-ଜମହୁର କିମ୍ବା ରଇସ-ଉଲ-ବଜାରା କିମ୍ବା ଆଫଗାନିସ୍ତାନର ନୂଆ ପ୍ରମୁଖ ପଦବୀ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେପଟେ ମୁଲ୍ଲା ବରାଦର ଅଖୁନ୍ଦ ଓ ମୁଲ୍ଲା ଅବ୍ଦୁସ ସଲାମ ତାଙ୍କର ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି।
ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ନିକଟରେ ବର୍ତ୍ତମାନ ତାଲିବାନର ଶକ୍ତିଶାଳୀ ସଂଗଠନ ରହବରୀ ଶୁରାର କମାଣ ରହିଛି । ଏହି ସଂଗଠନ ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ । କେବଳ ଏତିକି ନୁହେଁ ମୁଲ୍ଲା ହସନଙ୍କୁ ତାଲିବାନର ଶୀର୍ଷ ନେତା ହିବତୁଲ୍ଲା ଅଖୁନ୍ଦଜାଦାଙ୍କ ନିକଟତର ତଥା ବିଶ୍ବସ୍ତ ବୋଲି ମଧ୍ୟ କୁହାଯାଏ। ସେହିପରି ଅନ୍ୟ ଜଣେ ତାଲିବାନି ନେତା କହିଛଠନ୍ତି କି ୨୦ ବର୍ଷ ଧରି ରହବରୀ ଶୁରାର ପ୍ରମୁଖ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଏହା ସହିତ ସେ ଖୁବ ନାଁ ମଧ୍ୟ କମାଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ସେ ଜଣେ ଧାର୍ମିକ ନେତା ବୋଲି ମଧ୍ୟ ପରିଗଣିତ ହୁଅନ୍ତି ବୋଲି ସେ କହିଛନ୍ତି। ରିପୋର୍ଟ ଅନୁସାରେ କାନ୍ଦାହାରରେ ଜନ୍ମିତ ଏହି ତାଲିବାନି ନେତା ଆଫଗାନିସ୍ତାନରେ ତାଲିବାନର ଗତ ଶାସନକାଳରେ ମହତ୍ବପୂର୍ଣ୍ଣ ପଦବୀରେ ମଧ୍ୟ ଦାୟିତ୍ବ ତୁଲାଇ ସାରିଛନ୍ତି।

ସେହିପରି ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ହକ୍କାନୀ ନେଟଓ୍ୱାରକର ପ୍ରମୁଖ ସିରାଜୁଦ୍ଦିନ ହକ୍କାଲୀ ଗୃହମନ୍ତ୍ରୀ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ତାଲିବାନୀର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଉମରର ପୁଅ ମୁଲ୍ଲା ୟାକୁବ ଦେଶର ରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ। ସେହିପରି ଜବୀହୁଲ୍ଲାହ ମୁଜାହିଦ ନବଗଠିତ ଅମିରାତର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପଦ ମିଳିପାରେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top