Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପାକିସ୍ତାନୀ ବିରୋଧୀ ରାଲି ଉପରକୁ ତାଲିବାନର ଗୁଳି

କାବୁଲ: ପାକିସ୍ତାନକୁ ବିରୋଧ କରି ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବଡ଼ଧରଣର ରାଲି ବାହାରିଥିବା ଦେଖିବାକୁ ମିଳିଥିଲା। ପଞ୍ଜଶିର ଦଖଲ ଅଭିଯାନରେ ତାଲିବାନକୁ ସହାୟତା ଯୋଗାଇ ଆସୁଛି ପାକିସ୍ତାନ। ଆଉ ଏହାକୁ ବିରୋଧ କରି ଆଜି ଆଫଗାନ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ରାଲି ସମୟରେ ଇସଲାମାବାଦ ବିରୋଧରେ ନାରାବାଜି କରିଥିଲେ ଆନ୍ଦୋଳନକାରୀ । ଫଳରେ ରାଲିକୁ ବିରୋଧ କରି ତାଲିବାନ ଉପରେ ଚାପ ପକାଇଥିଲା ପାକିସ୍ତାନ। ଫଳସ୍ବରୁପ ଏହି ରାଲିକୁ ସଫଳ ନ କରାଇବା ଲକ୍ଷରେ ତାଲିବାନୀ ସେନା ସେମାନଙ୍କ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ। ସେପଟେ ଏହି ରାଲିରେ ଆଇଏସଆଇ ମୁଖ୍ୟଙ୍କ ମୃତ୍ୟୁର ନାରା ମଧ୍ୟ ଦେଉଥିବା ଦେଖିବାକୁ ମିଳିଥିଲା।
ଖବର ସରବରାହ ସଂସ୍ଥା ଏଏଫପି କହିଛି କି, ଏହି ରାଲିରେ ୭୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ଏଥିରେ ମହିଳାମାନେ ଅଧିକ ସଂଖ୍ୟାରେ ସାମିଲ ଥିଲେ। ଏହି ପ୍ରଦର୍ଶନକାରୀମାନେ ପାକିସ୍ତାନ ଦୁତାବାସ ନିକଟରେ ଆନ୍ଦୋଳନ କରିଥିଲେ। ଏଙି ଲୋକମାନେ ପାକିସ୍ତାନର ହସ୍ତକ୍ଷେପକୁ ବିରୋଧ କରିଥିଲେ। ଏହି ରାଲି ସମୟରେ ପାକିସ୍ତାନ ବିରୋଧରେ ଆନ୍ଦୋଳନକାରୀମାନେ ନାରାବାଜୀ ଲଗାଇଥିଲେ। ପ୍ରଦର୍ଶନ ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ପାକିସ୍ତାନ ମୁର୍ଦ୍ଦାବାଦ ଓ ପଞ୍ଜଶିର ଜିନ୍ଦାବାଦ କହୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଜଣେ ମହିଳା କହିଛନ୍ତି କି ପଞ୍ଜଶିରରେ ଅନୁପ୍ରବେଶ ପାଇଁ କାହାକୁ ବି ଅନୁମତି ମିଳିନାହିଁ। ତେଣିକି ସେ ତାଲିବାନ ହେଉ ଅବା ପାକିସ୍ତାନ ବୋଲି ଉକ୍ତ ମହିଳା ଜଣକ କହିଛନ୍ତି।
ସେହିପରି ଆଫଗାନିସ୍ତାନ ତାଲିବାନ ବିରୋଧରେ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଏହି ଆନ୍ଦୋଳନ ବେଶ ଉଗ୍ରରୂପ ନେଇଛି। ଆନ୍ଦୋଳନରେ ପାକିସ୍ତାନ ଓ ଆଇଏସଆଇ ବିରୋଧରେ ଜୋରଦାର ନାରା ବାଜି ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଶତାଧିକ ସଂଖ୍ୟାରେ ଆଫଗାନ ପୁରୁଷ ଓ ମହିଳା ପାକିସ୍ତାନ ବିରୋଧରେ ନାରାବାଜୀ କରିଛନ୍ତି। ପାକିସ୍ତାନ ବିରୋଧରେ କାବୁଲର ରାଜରାସ୍ତାରେ ବ୍ୟାନର ଲଗାଯାଉଥିବା ଦେଖିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top