ଭୁବନେଶ୍ବର, (ଓଡ଼ିଶା ୱେୟାର) : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ ଖୋର୍ଦ୍ଧାରୁ ୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୦.୩୨ ପ୍ରତିଶତ । ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୩୦ ଜଣ । ୨୪ ଘଣ୍ଟାରେ ୫୫ ହଜାର ୭୯୪ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ ରହିଛି ୧ହଜାର ୮୦୪ ।


