Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଏନକାଉଣ୍ଟରରେ ୩ ଆତଙ୍କୀ ନିହତ

ସୋପିଆନ : ପୁଞ୍ଚର ବଦଲା ସୋପିଆନରେ ନେଲା ଭାରତୀୟ ସେନା । ଜମ୍ମୁ କାଶ୍ମୀର ସୋପିଆନ ଏନକାଉଣ୍ଟରରେ ୩ ଆତଙ୍କୀ ସଫା। ଗତକାଲି ପୁଞ୍ଚ ହମଲାରେ ୫ ଜଣ ଯବାନ ସହିଦ ହୋଇଥିଲେ । ଜମ୍ମୁ-କଶ୍ମୀର ପୁଞ୍ଚ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଜେସିଓଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ । ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ହଠାତ୍‌ ତଲାସକାରୀ ଯବାନମାନଙ୍କ ଉପରକୁ ଭୀଷଣ ଗୁଳିଗୋଳା ଚଳାଇବାରୁ ପ୍ରଥମେ ‘ଜେସିଓ’ ଏବଂ ଅନ୍ୟ ୪ଜଣ ଯବାନ ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା।
ତେବେ ଆଜି ସକାଳୁ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଗୁଇନ୍ଦା ସୂଚନା ପାଇ ସୁରନକୋଟ୍‌ ଅନ୍ତର୍ଗତ ‘ଡିକେଜି’ ନିକଟ ଗାଁରେ ଅଭିଯାନ ଆରମ୍ଭ ହୋଇଥିଲା। ୩/୪ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ମନେକରି ସେନା ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିଥିଲା। ନିହତ ସମସ୍ତ ଆତଙ୍କବାଦୀମାନେ ଲସ୍କର-ଏ-ତୋଏବା ଦ୍ୱାରା ପରିଚାଳିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)ର ସଦସ୍ୟ ବୋଲି ଜଣାପଡିଛି।
ତେବେ ଘଟଣାସ୍ଥଳରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ। ୩ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଗନ୍ଦେରବାଲର ମୁକ୍ତାର ଶାହା ବୋଲି ଜଣାପଡିଛି। ବିହାରରେ ଜଣେ ଉଠା ଦୋକାନୀଙ୍କୁ ହତ୍ୟା କରିବା ପରେ ସୋପିୟାନ ଚାଲିଆସିଥିଲା ମୁକ୍ତାର। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏହାବାଦ ପୁଞ୍ଚ ସେକ୍ଟରକୁ ଲାଗିଥିବା ରଜୌରୀର ଦେହରା କି ଗଲି ଅଞ୍ଚଳରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି।
ଏବେ ବି ସେଠାରେ ଗୁଳି ବିନିମୟ ଓ ସର୍ଚ୍ଚ ଅପରେସନ ଜାରି ରହିଛି । ସୋପିଆନର ଇମାମଶାହବ ଅଞ୍ଚଳର ତୁଲରାନ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀମାନେ ତୁଲରାନ ଗାଁକୁ ଘେରାଉ କରିବା ମାତ୍ରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ସେମାନଙ୍କର ଆଉ କିଛି ସହଯୋଗୀ ଆଖପାଖ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top