Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର ,(ଓଡ଼ିଶା ୱେୟାର): ଜୁଲାଇରେ ଓଡ଼ିଶାରେ ନିଅଣ୍ଟିଆ ବର୍ଷା । ମାସ ଶେଷ ବେଳକୁ ବଢ଼ିପାରେ ପରିମାଣ । ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ଦୁଇ ଦୁଇଟି ଲୋ ପ୍ରେସର ସୃଷ୍ଟି ସମ୍ଭାବନା ଅଛି । ୨୧ ତାରିଖରେ ଗୋଟିଏ ଦାନା ବାନ୍ଧିବ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପଛକୁ ପଛ ଆସିବ ଆଉ ଗୋଟିଏ । ୨୭ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଏହି ଆକଳନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଓ ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦର। ସେମାନଙ୍କ ଆକଳନ କହୁଛି, ୨୬ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ଅର୍ଥାତ ୧୦ ଦିନରେ ଦୁଇଟି ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ବଢ଼ିବ
ରାଜ୍ୟରେ ଏବେ ବର୍ଷା ଅଭାବ । ୧୯ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ଅଛି । ଆଷାଢ଼ ସରି ସରି ଆସିଲାଣି । କିନ୍ତୁ ବେଉଷଣ ଏଯାଏ ଆରମ୍ଭ ହୋଇନି । ଲୁଚକାଳି ଖେଳୁଛି ମୌସୁମୀ । ବର୍ଷା ନାହିଁ । ଜୁନ ପହିଲାରୁ ଆଜି ଭିତରେ ରାଜ୍ୟରେ ୨୭ ପ୍ରତିଶତ କମ୍ ବର୍ଷା ହୋଇଛି । ଭଦ୍ରକରେ ରେକର୍ଡ ହୋଇଛି ସବୁଠୁ କମ୍ ୧୪୯ ମିଲିମିଟର ବର୍ଷା । କୋରାପୁଟ ଜିଲ୍ଲାରେ ସର୍ବାଧିକ ୪ଶହରୁ ମିଲିମିଟରରୁ ଅଧିକ ବର୍ଷିଛି । ଲଘୁଚାପ ପ୍ରଭାବରେ ନିଅଣ୍ଟିଆ ବର୍ଷା ଭରଣା ହୋଇପାରେ । ନିଅଣ୍ଟ ବର୍ଷା ଭରଣା କରିବାରେ ଏବେ ଲଘୁଚାପ ଭରସା । ନହେଲେ ସ୍ଥିତି ଆହୁରି ବିଗିଡ଼ିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top