ଭୁବନେଶ୍ୱର, (ଓଡ଼ିଶା ୱେୟାର):
କୋଭିଡ୍-୧୯ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୟୁନିଟ୍-୪ ଓ ବାପୁଜୀ ନଗରରେ ଥିବା ଆମିଷ ମାର୍କେଟର ସିଲ୍ ଅବଧିକୁ ଜୁଲାଇ ୧ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଶନିବାର ବିଏମସି ପକ୍ଷରୁ ବିଧିବଦ୍ଧ ନୋଟିସ୍ ଜାରି ହୋଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ବନ୍ଦ ନୋଟିସ୍ ଦିଆଯାଇଛି।
କୋଭିଡ୍ ଗାଇଡଲାଇନକୁ ଉଲ୍ଲଂଘନ କରିବା ଅଭିଯୋଗରେ ଜୁନ୍ ୧୮ତାରିଖରେ ଏହି ଦୁଇ ଆମିଷ ମାର୍କେଟକୁ ଜୁନ୍ ୨୫ତାରିଖ ପର୍ୟ୍ୟନ୍ତ ସିଲ୍ କରାଯାଇଥିଲା । ତେବେ ପୁଣି ସଂକ୍ରମଣ ଆଶଙ୍କାରେ ଏହି ସିଲ୍ ଅବଧିକୁ ଜୁଲାଇ ୧ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଅବଶ୍ୟ ବାପୁଜୀ ନଗରରେ ଥିବା ମେଡିସିନ୍ ଦୋକାନ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଦୋକାନଗୁଡ଼ିକ ଖୋଲା ରହୁଛି


