Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଚନ୍ଦକାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ବନ୍ୟପ୍ରାଣୀ ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ୱେୟାର):ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚନ୍ଦକା ଜଙ୍ଗଲ ଭିତରେ ଏକ ବିଶ୍ୱସ୍ତରୀୟ ବନ୍ୟପ୍ରାଣୀ ଚିକିତ୍ସାଳୟ ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଭୁବନେଶ୍ୱର(ଓଡ଼ିଶା ୱେୟାର):ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚନ୍ଦକା ଜଙ୍ଗଲ ଭିତରେ ଏକ ବିଶ୍ୱସ୍ତରୀୟ ବନ୍ୟପ୍ରାଣୀ ଚିକିତ୍ସାଳୟ ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ପ୍ରଥମଥର ପାଇଁ ଏଭଳି ବିଶ୍ୱସ୍ତରୀୟ ହସ୍ପିଟାଲ ନିର୍ମାଣ ହେବାକୁ ଯାଉଛି। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହାତୀ ସଂରକ୍ଷଣ ସମ୍ବନ୍ଧିତ ରାଜ୍ୟସ୍ତରୀୟ କମିଟି ବୈଠକରେ ରାଜ୍ୟରେ ହାତୀ ରିଜର୍ଭ ଜଙ୍ଗଲ ଓ ହାତୀଙ୍କ ସଂଖ୍ୟା ବିଷୟ ସମୀକ୍ଷା କରି ବିଶ୍ୱସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ହାତୀ ବାସ କରୁଥିବା ସ୍ଥାନ ଓ ହାତୀ କରିଡୋର ଆଦିରେ ଲକ୍ଷ୍ୟଭେଦୀ କାର୍ଯ୍ୟଯୋଜନା ମାଧ୍ୟମରେ ଅଧିକରୁ ଅଧିକ ମଜୁରୀ-ଭିତ୍ତିକ ନିଯୁକ୍ତି ସୃଷ୍ଟି କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେବା ସହ ଚନ୍ଦକା ଜଙ୍ଗଲରେ ଏକ ବିଶ୍ୱସ୍ତରୀୟ ବନ୍ୟଜନ୍ତୁ ହସ୍ପିଟାଲ ସହ ‘ସେଣ୍ଟର ଅଫ ଏକ୍ସଲେନ୍ସ’ ପ୍ରତିଷ୍ଠା, ମହାନଦୀ ଓ ସମ୍ବଲପୁର ହାତୀ ରିଜର୍ଭ ଜଙ୍ଗଲ ସଘନ ବିକାଶ, ସିମିଳିପାଳ-ହଦଗଡ଼ ଓ ବରୁଣାଇ-ନୂଆଗାଁ ହାତୀ କରିଡୋର ଆଦିର ବିକାଶ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ବନ୍ୟଜନ୍ତୁ ମୁଖ୍ୟ ବନ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ କହିଥିଲେ ଯେ, ବେଙ୍ଗାଲୁରୁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଅଧ୍ୟୟନ ଅନୁସାରେ, ଓଡ଼ିଶାର ବିସ୍ତୃତ ଜଙ୍ଗଲରେ ୧୭୦୦ରୁ ୧୮୦୦ ପର୍ଯ୍ୟନ୍ତ ହାତୀଙ୍କୁ ସଠିକ୍ ଭାବେ ପରିଚାଳନା କରିହେବ। ଗତ ୭ବର୍ଷ ଭିତରେ ଓଡ଼ିଶା ହାତୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ୧୯୯୯ ମସିହାରେ ରାଜ୍ୟର ହାତୀ ସଂଖ୍ୟା ୧୮୨୭ ଥିଲା, ୨୦୧୦ ମସିହାବେଳକୁ ଏହା ବୃଦ୍ଧି ପାଇ ୧୮୮୬ରେ ପହଂଚିଛି। ୨୦୧୨ରେ ହାତ ସଂଖ୍ୟା ୧୯୩୦ ଓ ୨୦୧୭ ମସିହାରେ ୧୯୭୬କୁ ବୃଦ୍ଧି ପାଇଥିଲା ବୋଲି ବୈଠକରୁ ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top