Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେଡି-ବିଜେପି ଓ କଂଗ୍ରେସ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର(ଓଡ଼ିଶା ୱେୟାର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ରାଜ୍ୟର ପ୍ରମୁଖ ରାଜନୀତିକ ଦଳ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଛନ୍ତି।

ଭୁବନେଶ୍ୱର(ଓଡ଼ିଶା ୱେୟାର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ରାଜ୍ୟର ପ୍ରମୁଖ ରାଜନୀତିକ ଦଳ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଛନ୍ତି। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଦଳୀୟ କାର୍ଯ୍ୟାଳୟରେ ବିଜେଡି, ବିଜେପି, କଂଗ୍ରେସ ଓ ସମାଜବାଦୀ ପାର୍ଟି କର୍ମକର୍ତ୍ତାମାନେ ବନ୍ଦେ ଉତ୍କଳ ଜନୀନ ଗାଇଛନ୍ତି। ଅବଶ୍ୟ କଂଗ୍ରେସ କରୋନା ଯୋଦ୍ଧାଙ୍କ ସମ୍ମାନରେ ଜନଗଣମନ,ରଘୁପତି ରାଘବ ରାଜାରାମ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବାବେଳେ ମୃତକଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟର ନିରବପ୍ରାର୍ଥନା କରିଥିଲା।
ସୂଚନା ଅନୁସାରେ, ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ଏକଜୁଟ ହୋଇ ନିର୍ଦ୍ଧାରିତ ସମୟରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ‘ବନ୍ଦେ ଉତ୍କଳ ଜନନୀ’ ସମବେତ ଭାବେ ଗାନ କରିଥିଲେ। ଦଳ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ ମଧ୍ୟ ହୋଇଥିଲା । ଦଳର ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରମିଳା ମଲ୍ଲିକ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ମାନସ ମଙ୍ଗରାଜ, କସ୍ତୁରୀ ମହାପାତ୍ର, ଅମ୍ରେଶ ପତ୍ରୀ, ରାଣାପ୍ରତାପ ପାତ୍ର ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ତେବେ ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ସୁଜିତ୍ କୁମାର, ମୁନ୍ନା ଖାନ, ସୁବାସ ସିଂଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଭୁବନେଶ୍ୱରରେ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କୁ ଦଳୀୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିନଥିଲା।

ସେହିପରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଦଳ ପକ୍ଷରୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧାକୁ କଡ଼ାକଡ଼ି ପାଳନ କରାଯାଇଥିଲା। ଦଳର ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତି, ଯତୀନ ମହାନ୍ତି, ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଉମାକାନ୍ତ ପଟ୍ଟନାୟକ, ଠାକୁର ରଣଜିତ୍ ଦାଶ, ଟଙ୍କଧର ତ୍ରିପାଠୀ, ଶାରଦା ଶତପଥୀ, ଗୌତମ ରାୟ ଜଗନ୍ନାଥ ପ୍ରଧାନ, ରାଜେନ୍ଦ୍ର ପଣ୍ଡା ଓ ସୁଶାନ୍ତ ମଲ୍ଲିକଙ୍କ ସମେତ ବହୁ ନେତା ଉପସ୍ଥିତ ରହି କରୋନା ଯୋଦ୍ଧାମାନଙ୍କ ପ୍ରତି ନିଜର ସମ୍ମାନ ଜଣାଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ କଂଗ୍ରେସ ନେତାମାନେ କଂଗ୍ରେସ ଭବନରେ ଏକଜୁଟ ହୋଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ନେତାମାନେ କଂଗ୍ରେସ ଭବନରେ ଏକଜୁଟ ହୋଇ କରୋନା ଯୋଦ୍ଧାଙ୍କ ସମ୍ମାନରେ ସନ୍ଧ୍ୟା ୫ଟାରେ ଜାତୀୟ ସଙ୍ଗୀତ ‘ଜନଗଣ ମନ, ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଓ ସନ୍ଧ୍ୟା ୬ଟାରେ ‘ରଘୁପତି ରାଘବ ରାଜାରାମ’ ଗୀତ ଗାନ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଓ ପରିଚାଳନାଗତ ତ୍ରୁଟି ଯୋଗୁ କରୋନା ଯନ୍ତ୍ରଣାରେ ପ୍ରାଣ ହରାଇଥିବା ଦିବଂଗତ ଆତ୍ମାଙ୍କ ସଦଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା ମଧ୍ୟ ଦଳ ପକ୍ଷରୁ ହୋଇଥିଲା। ଦଳର ନେତା ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ପଂଚାନନ କାନୁନଗୋ,ପ୍ରସାଦ ହରିଚିନ୍ଦନ, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ସତ୍ୟପ୍ରକାଶ ନାୟକ,ମନୋରଞ୍ଜନ ଦାଶ, ଜ୍ଞାନଦେବ ବେଉରା,ରଶ୍ମୀ ମହାପାତ୍ର, ଚିନ୍ମୟ ସୁନ୍ଦର ଦାଶ ଆଦି ନେତାମାନେ ଉପସ୍ଥିତ ଥିଲେ।
ସେହିପରି ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳର କର୍ମୀମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top