Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନର୍ଦ୍ଦନ ଆଲିଆନ୍ସର ଆକ୍ରମଣରେ ୩୫୦ ତାଲିବାନୀ ନିହତ

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ଶାନ୍ତିର ବାର୍ତ୍ତା ଦେଉଥିଲେ ହେଁ ପଞ୍ଜଶିର ଦଖଲ କରିବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିଛି। ତାଲିବାନ ଆଫଗାନର ସବୁ ଅଞ୍ଚଳକୁ ଦଖଲ କରି ସାରିଛି। ହେଲେ ଏଯାଏ ପଞ୍ଜଶିରରେ ନିଜର ବିଜୟ ବାନା ଉଡ଼ାଇ ପାରିନାହିଁ।
ଆମେରିକା ସେନା ଆଫଗାନରୁ ଯିବା ପରେ ଏବେ ତାଲିବାନ ପଞ୍ଜଶିର ଦଖଲ କରିବାକୁ ହମଲା କରିଦେଇଛି। ସୋମବାର ରାତିରୁ ପଞ୍ଜଶିରର ବିଭିନ୍ନ ପ୍ରବେଶ ପଥରେ ତାଲିବାନ ହମଲା କରିଥିବା ବେଳେ ଏଠାରେ ମୁତୟନ ଥିବା ଉତ୍ତର ସାମ୍ମୁଖ୍ୟ ବା ନର୍ଦ୍ଦନ ଆଲିଆନ୍ସ ପକ୍ଷରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି।
ମଙ୍ଗଳବାର ରାତିରେ ତାଲିବାନ ପକ୍ଷରୁ ପଞ୍ଜଶିର ଦଖଲ କରିବା ପାଇଁ ଖାଭାକଠାରେ ହମଲା କରାଯାଇଥିଲା। କିନ୍ତୁ ଏହାର ଜୋରଦାର ଜବାବ ଦେଇଛି ନିର୍ଦ୍ଦନ ଆଲିଆନ୍ସ। ନର୍ଦ୍ଦନ ଆଲିଆନ୍ସ ଯୋଦ୍ଧାଙ୍କ ଆକ୍ରମଣରେ ୩୫୦ ଜଣ ତାଲିବାନୀ ନିହତ ହୋଇଥିବା ବେଳେ ୪୦ ଜଣଙ୍କୁ ବନ୍ଦୀ ବନାଯାଇଛି।
ଏ ସମ୍ପର୍କରେ ନର୍ଦ୍ଦନ ଆଲିଆନ୍ସ ଟ୍ୱିଟ କରି ସୂଚନା ଦେଇଛି। ସାମ୍ମୁଖ୍ୟ କହିଛି ଯେ ମଙ୍ଗଳବାର ରାତିରୁ ଖାଭାକଠାରେ ଆରମ୍ଭ ହୋଇଥିବା ଲଢ଼େଇ ଏବେ ବି ଜାରି ରହିଛି। ଆଜି ବି ପଞ୍ଜଶିରର ବିଭିନ୍ନ ସ୍ଥାନରେ ତାଲିବାନୀଙ୍କୁ ନର୍ଦ୍ଦନ ଆଲିଆନ୍ସର ଯୋଦ୍ଧାମାନେ କଡ଼ା ଜବାବ ଦେଉଛନ୍ତି।
ଗତକାଲି ପଞ୍ଜଶିରର ଉତ୍ତର ପ୍ରବେଶ ପଥ ଓ ଗୋଲବାହାର ଠାରେ ମଧ୍ୟ ଲଢ଼େଇ ହୋଇଥିଲା। କିନ୍ତୁ ଖାଭାକରେ ହୋଇଥିବା ଲଢ଼େଇରେ ତାଲିବାନ ବ୍ୟାପକ କ୍ଷତି ସହିଛି। ଆଲିଆନ୍ସ ଯୋଦ୍ଧାଙ୍କ ଆକ୍ରମଣରେ ୩୫୦ ଜଣ ତାଲିବାନୀ ନିହତ ହୋଇଛନ୍ତି। ସେହିପରି ୪୦ ଜଣଙ୍କୁ କାବୁ କରି ବନ୍ଦୀ ବନାଯାଇଛି। ନର୍ଦ୍ଦନ ଆଲିଆନ୍ସ ଫୋର୍ସ ତାଲିବାନୀମାନେ ବ୍ୟବହାର କରୁଥିବା ଆମେରିକାର ଅତ୍ୟାଧୁନକ ଗାଡ଼ି, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦକୁ ନିଜ ନିୟନ୍ତ୍ରଣକୁ ନେଇଛି। ଖାଭାକର ଡିଫେନ୍ସ କମାଣ୍ଡର ମୁନବୀ ଆମୀରଙ୍କ ନେତୃତ୍ୱରେ ନର୍ଦ୍ଦନ ଆଲିଆନ୍ସ ଏହି ଲଢ଼େଇ କରୁଛି।
ଏହାପୂର୍ବରୁ ମଙ୍ଗଳବାର ରାତିରେ ତାଲିବାନ ପଞ୍ଜଶିରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ନର୍ଦ୍ଦନ ଆଲିଆନ୍ସ ଫୋର୍ସ ପକ୍ଷରୁ ଗୋଲବାହାର ଠାରେ ସେମାନଙ୍କୁ କଡ଼ା ଜବାବ ଦିଆଯାଇଥିଲା। ତାଲିବାନୀମାନେ ପଞ୍ଜଶିରକୁ ସଂଯୋଗ କରୁଥିବା ଗୋଲବାହାରର ଗୋଟିଏ ମୁଖ୍ୟ ରାସ୍ତାକୁ ଆକ୍ରମଣ ବେଳେ ବିସ୍ଫୋରଣ କରି ଉଡ଼ାଇ ମଧ୍ୟ ଦେଇଥିଲେ। ସେହିପରି ସୋମବାର ବିଳମ୍ବିତ ରାତିରେ ହୋଇଥିବା ଲଢ଼େଇରେ ୭ରୁ ୮ ଜଣ ତାଲିବାନୀ ନିହତ ହୋଇଥିବା ଖବର ମିଳିଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top