Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଶ୍ରୀଲଙ୍କାରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା

କଲମ୍ବୋ: କରୋନା କାଳରେ ଶ୍ରୀଲଙ୍କା ସବୁଠାରୁ କଠିନ ସମୟ ଦେଇ ଗତି କରୁଛି। ଦେଶରେ ଏବେ ଖାଦ୍ୟ ସଂକଟ ଦେଖା ଦେଇଛି। ଯେଉଁ କାରଣରୁ ଶ୍ରୀଲଙ୍କା ଦେଶରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିଛି। ଚଳିତ ବର୍ଷ ଆମେରିକୀୟ ଡଲାର୍ ତୁଳନାରେ ଶ୍ରୀଲଙ୍କା ଟଙ୍କା ୭.୫ ପ୍ରତିଶତ ହ୍ରାସ ପାଇଛି। ଯେଉଁ କାରଣରୁ ଦେଶରେ ଆର୍ଥିକ ସଂକଟ ଦେଖା ଦେଇଛି।
ଚିନି, ପିଆଜ ଓ ଆଳୁ ଆଦି ଖାଦ୍ୟ ପଦାର୍ଥର ଦର ଅହେତୁକ ବୃଦ୍ଧି ପାଇବା ଯୋଗୁ ଏହି ଘୋଷଣା କରାଯାଇଛି। ସେହିପରି ଦୁଗ୍ଧ ପାଉଡର, କିରାସିନି ଓ ରୋଷେଇ ଗ୍ୟାସ ସମେତ ଅନ୍ୟ ସାମଗ୍ରୀର ଅଭାବ କାରଣରୁ ଦୋକାନ ବାହାରେ ଲମ୍ବା ଲମ୍ବା ଧାଡ଼ି ଲାଗିଛି।
ମିଡିଆ ରିପୋର୍ଟ ମୁତାବକ, ଧାନ, ଚାଉଳ, ଚିନି ଓ ଅନ୍ୟାନ୍ୟ ଉପଭୋକ୍ତା ସାମଗ୍ରୀ ଯୋଗାଣକୁ ସମନ୍ୱିତ କରିବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜାପକସା ଜଣେ ପ୍ରମୁଖ ସେନା ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସେବା କମିଶନର ଭାବେ ନିଯୁକ୍ତ କରିଛନ୍ତି। ତାଙ୍କ ନେତୃତ୍ୱରେ ଚାଉଳ ଓ ଚିନି ସମେତ ଖାଦ୍ୟ ପଦାର୍ଥର ଯୋଗାଣକୁ ନିୟନ୍ତ୍ରଣରେ ରଖାଯିବ ଏବଂ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବା ଲାଗି ଦର ନିର୍ଦ୍ଧାରଣ କରାଯିବ।
ଶ୍ରୀଲଙ୍କାରେ ଆୟର ମୁଖ୍ୟ ସ୍ରୋତ ହେଉଛି ପର୍ଯ୍ୟଟନ ଶିଳ୍ପ, କିନ୍ତୁ କରୋନା ମହାମାରୀ ସମୟରେ ପର୍ଯ୍ୟଟନ ଉପରେ ସମ୍ପୂର୍ଣ୍ଣ ଗ୍ରହଣ ଲାଗିଛି। ଶ୍ରୀଲଙ୍କାରେ ଏହି ବ୍ୟବସାୟ ଦେଶରେ ୩୦ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଥାଏ ଏବଂ ଜିଡିପିରେ ଏହାର ଭାଗ ୫ ପ୍ରତିଶତରୁ ଅଧିକ ଅଛି। କରୋନା କାରଣରୁ ପର୍ଯ୍ୟଟନ ଶିଳ୍ପ ଠପ୍ ହୋଇପଡ଼ିଛି। ଯେଉଁ କାରଣରୁ ଶ୍ରୀଲଙ୍କା ବିଦେଶରୁ ବିପୁଳ ପରିମାଣର ଋଣ କରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top