Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୫ବର୍ଷରେ ୫୬୩୨ଟି ସ୍କୁଲ ବନ୍ଦ କରିଦେଇଛନ୍ତି ସରକାର

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୫୬୩୨ଟି ସ୍କୁଲକୁ ବନ୍ଦ କରିଦିଆଯାଇଛି ଅବା ପାଖ ସ୍କୁଲରେ ମିଶ୍ରଣ କରାଯାଇଛି । ବିଜେଡି ସରକାର ଅମଳରେ ବନ୍ଦ ହୋଇଥିବା ସ୍କୁଲକୁ ପୁନଃ ଖୋଲାଯିବ ବୋଲି ଦାବି କରୁଥବା ବିଜେପି କିନ୍ତୁ ନିଜର ସରକାର ରାଜ୍ୟରେ କ୍ଷମତାସୀନ ହେବାପରେ ମଧ୍ୟ ଗୋଟିଏ ବି ସ୍କୁଲ ଖୋଲିବାରେ ସକ୍ଷମ ହୋଇପାରିନି । ଏଭଳି ଚାଂଚଲ୍ୟକର ତଥ୍ୟ ବିଧାନସଭାରେ ଉପସ୍ଥାପନ କରିଛନ୍ତି ଖୋଦ୍ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ବିଧାୟିକା ସୋଫିଆ ଫିର୍ଦ୍ଦୋଷଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ, ବିଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୫୬୩୨ଟି ସ୍କୁଲକୁ ବନ୍ଦ କରି ମିଶ୍ରଣ କରିଦିଆଯାଇଛି । ୨୦୨୪ ଜୁନ୍ ମାସ ପରଠୁ ରାଜ୍ୟରେ କୌଣସି ବନ୍ଦ ସ୍କୁଲକୁ ପୁନଃ ଖୋଲା ଯାଇନାହିଁ । ଯଦି ବନ୍ଦ ଥିବା ସ୍କୁଲକୁ ପୁନଃ ଖୋଲିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିବ ତେବେ ତାହା ଜିଲ୍ଲା ଅଭିଯୋଗ ସମାଧାନ କମିଟି ଦ୍ୱାରା ଯାଂଚ ହେବା ପରେ ରାଜ୍ୟ ସରକାରଙ୍କ ଅଭିଯୋଗ ସମାଧାନ କମିଟିକୁ ଆସିବ । ଏହି ରାଜ୍ୟସ୍ତରୀୟ କମିଟିର ସୁପାରିଶ ଆଧାରରେ ସରକାର ବନ୍ଦ ଥିବା ସ୍କୁଲକୁ ପୁନଃଖୋଲିବା ପାଇଁ ନିଷ୍ପତ୍ତି ନେବେ । ପୁରୀ ଜିଲ୍ଲାରେ କୌଣସି ଗୋଟିଏ ବି ସ୍କୁଲ ବନ୍ଦ କିମ୍ବା ମିଶ୍ରଣ ହୋଇନଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ସ୍କୁଲଗୁଡ଼ିକ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top