Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପ୍ରଦୀପ ଜେନା ପରବର୍ତ୍ତୀ ଓଇଆରସି ଅଧ୍ୟକ୍ଷ !

ଭୁବନେଶ୍ୱର(ଓଡ଼ିଶା ୱେୟାର): ଅବସରପ୍ରାପ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ର ନୂଆ ଅଧ୍ୟକ୍ଷ ହେବେ । ରାଜ୍ୟର କ୍ଷମତାସୀନ ବିଜେପି ସରକାର ଶ୍ରୀ ଜେନାଙ୍କୁ ଏହି ପଦବୀରେ ଅବସ୍ଥାପିତ କରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଦୀର୍ଘଦିନ ଧରି ଓଇଆରସି ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛି ।
ସୂଚନା ଅନୁସାରେ, ରାଜ୍ୟ ସରକାର ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଓଇଆରସି ଅଧ୍ୟକ୍ଷ ପଦବୀ ପୂରଣ ନିମନ୍ତେ ୨୦୨୫ ଜାନୁୟାରୀ ୨୪ତାରିଖରେ ବିଜ୍ଞାପନ ଦେଇଥିଲେ । ଏହି ପଦବୀ ପାଇଁ ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବାର ଶେଷ ତାରିଖ ଫେବୃୟାରୀ ୨୪ ରହିଥିଲା । ରାଜ୍ୟର ବହୁ ଅବସରପ୍ରାପ୍ତ ଆଇଏଏସ୍ ଅଫିସରମାନେ ଏହି ଅଧ୍ୟକ୍ଷ ପଦବୀ ପାଇଁ ଆବେଦନ କରିଥିବାବେଳେ ଦୌଡ଼ରେ ଦୁଇ ଆଇଏଏସ୍ ପ୍ରଦୀପ କୁମାର ଜେନା ଓ ପ୍ରଦୀପ୍ତ କୁମାର ମହାପାତ୍ର ରହିଛନ୍ତି ।
ତେବେ ଶ୍ରୀ ଜେନାଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଇବା ପାଇଁ ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଲବି ଚଳାଇଛି । ଚଳିତମାସ ଶେଷ ସପ୍ତାହ ସୁଦ୍ଧା ଏହି ଅଧ୍ୟକ୍ଷ ପଦବୀ ପାଇଁ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ଯଦି ସବୁକିଛି ଠିକଠାକ୍ ରୁହେ, ତେବେ ଶ୍ରୀ ଜେନା ପରବର୍ତ୍ତୀ ଓଇଆରସି ଅଧ୍ୟକ୍ଷ ହେବା ପ୍ରାୟତଃ ଏକରକମ ଚୂଡ଼ାନ୍ତ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଅବସରପ୍ରାପ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୨୦୨୩ ନଭେମ୍ବର ମାସରେ ଓଇଆରସି ଅଧ୍ୟକ୍ଷ ପଦରୁ ଅଚାନକ ଇସ୍ତଫା ଦେଇଥିଲେ ।  ସେ ଏହି ପଦବୀରେ ମାତ୍ର ୮ମାସ ରହି ଇସ୍ତଫା ଦେବା ପରେ ତତକାଳୀନ ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟାଭାବେ ଯୋଗ ଦେଇଥିଲେ । କିନ୍ତୁ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଶ୍ରୀ ମହାପାତ୍ର ପୁଣିଥରେ ଏହି ପଦବୀରେ ଥଇଥାନ ହେବା ଆଶାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
Click to comment

Leave a Reply

Your email address will not be published. Required fields are marked *

Most Popular

To Top