Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅଗଷ୍ଟ ୧୫ରୁ ଘରେ ମିଳିବ ସବୁ ସରକାରୀ ସେବା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ଅଗଷ୍ଟ ୧୫ତାରିଖରୁ ରାଜ୍ୟର ସମସ୍ତ ନାଗରିକଙ୍କୁ ଆଉ କୌଣସି ସରକାରୀ ସେବା ପାଇଁ ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେମାନେ ଏସବୁ ସେବା ଅନଲାଇନରେ କିମ୍ବା କମନ ସର୍ଭିସ ସେଣ୍ଟର ଅବା ଦ୍ୱାରଦେଶରେ ଏହି ସରକାରୀ ସେବା ପାଇପାରିବେ। ରାଜ୍ୟପାଳଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏପ୍ରିଲ ପହିଲା ସୁଦ୍ଧା ସମସ୍ତ ପ୍ରମୁଖ ବିଭାଗର ପାରିଶ୍ରମିକ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯିବ। ଏପ୍ରିଲ ପହିଲାରୁ ସମସ୍ତ ବିଭାଗର ସରକାରୀ ଦେଣନେଣ ଆଇଏଫଏମଏସ ମାଧ୍ୟମରେ କରାଯିବ। ୨୦୨୦ ମାର୍ଚ୍ଚ ୫ତାରିଖ ସୁଦ୍ଧା ସମସ୍ତ ବିଭାଗରେ ‘ମୋ ସରକାର’ ସାମିଲ ହେବ। ଏସବୁ ବ୍ୟତୀତ ପ୍ରତ୍ୟେକ ବିଭାଗ ନିମନ୍ତେ ସଂସ୍କାରମୂଳକ ପରିବର୍ତ୍ତନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଭଲ କାମ ଦ୍ୱାରା ଲୋକଙ୍କ ବିଶ୍ୱାସ ସରକାର ଜିଣିଛନ୍ତି। ଭଲ କାମ ଜାରି ରଖି ସରକାର କ୍ରମାଗତ ଭାବେ ଲୋକଙ୍କ ଆସ୍ଥା ଜିଣିଛନ୍ତି। ବିକାଶ ଓ ପ୍ରଶାସନର ଏଭଳି ସ୍ତରରେ ଆମେ ପହଂଚିଛୁ ଯେଉଁଠି ଆମକୁ ଅନ୍ୟ ପର୍ଯ୍ୟାୟକୁ ଲମ୍ଫ ପ୍ରଦାନ କରିବାକୁ ପଡ଼ିବ। ଲୋକଙ୍କ ଆକାଂକ୍ଷା ରହିଛି ଓ ଏହାକୁ ଆମକୁ ପ୍ରଭାବୀ ପ୍ରଶାସନ ଦେବାକୁ ପ୍ରୋତ୍ସାହିତ କରୁଛି। ନୂଆ ଓଡ଼ିଶା-ସଶକ୍ତ ଓଡ଼ିଶା ହେଉଛି ଆମର ଲକ୍ଷ୍ୟ । ଗତ ୨୦ବର୍ଷର ଶାସନରେ ଆମେ ଯାହା ପ୍ରତିଶ୍ରୁତି ଦେଇଛୁ ତାହା ପାଳନ କରିଛୁ । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଚାଷୀମାନଙ୍କ ଆୟ ଦ୍ୱିଗୁଣିତ ହୋଇଛି । ଗତ ଦଶନ୍ଧି ମଧ୍ୟରେ ଆମେ ୮୦ଲକ୍ଷ ଲୋକଙ୍କୁ ଦ୍ରାରିଦ୍ର‌୍ୟ ସୀମାରେଖାରୁ ଉର୍ଦ୍ଧ୍ୱକୁ ନେଇପାରିଛୁ । ରାଜ୍ୟର ଚାଷୀ ପରିବାରର ଆୟରେ ସୁଧାର ଆସିନଥିଲେ ଏହା ସମ୍ଭବପର ହୋଇପାରିନଥାନ୍ତା । ଉଦାହରଣସ୍ୱରୂପ ‘କାଳିଆ ଯୋଜନା’ ଏହି ଯୋଜନା ଦେଶ ପାଇଁ ଏକ ମଡେଲ । ପ୍ରାୟ ୫୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଏବଂ ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ‘କାଳିଆ’ ଯୋଜନାରେ ସହାୟତା ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ନାଗରିକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି । ମ୍ୟାଲେରିଆ ହ୍ରାସରେ ଓଡ଼ିଶାର ସଫଳତାକୁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତି ଦେଇଛି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ‘ଜାଗା ମିଶନ’, ୨୪ଘଂଟିଆ ନଳକୂପରେ ପାଣି, ୫ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ସୁବିଧା ଆଦିକୁ ନେଇ ସରକାରଙ୍କ ସଫଳତା ସମ୍ପର୍କରେ ମଧ୍ୟ ନିଜର ମତ ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top