Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟରେ ପଛୁଆବର୍ଗ ଚିହ୍ନଟ ପାଇଁ ହେବ ସର୍ଭେ: ସଂକଳ୍ପ ପାରିତ,ବିଲ୍ ଗୃହୀତ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ। ଏନେଇ ଗୃହରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂକଳ୍ପ ଆଗତ କରିବାପରେ ଏହା ସର୍ବସମ୍ମତିକ୍ରମେ ସଂକଳ୍ପ ପାରିତ ହୋଇଛି। ଏହାସହିତ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ-୨୦୨୦ ବିଧାନସଭାରେ ଗୃହୀତ ହୋଇଛି। ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ-୧୯୯୩ ଆଇନର ସଂଶୋଧନ କରିବା ସହ ଏକ ନୂଆ ବିଲରେ ଗୃହରେ ଆଗତ କରିଥିଲେ। ଏହି ସଂଶୋଧନ ପରେ ରାଜ୍ୟ ସରକାର ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ କରିବା କମିଶନଙ୍କ ପକ୍ଷେ ସହଜ ହୋଇପାରିବ।
କ୍ଷମତାସୀନ ବିଜେଡି ସରକାର ରାଜ୍ୟରେ ‘ଓବିସି’ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ତରବରିଆ ଭାବେ ରାଜ୍ୟ କ୍ୟାବିନେଟରେ ସକାଳେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ(ସଂଶୋଧନ) ବିଲ୍-୨୦୨୦ର ଚିଠା ପ୍ରସ୍ତାବକୁ ଗୃହୀତ କରିବା ପରେ ସନ୍ଧ୍ୟାରେ ବିଧାନସଭାରେ ଆଗତ କରିଥିଲେ। ବିଲ ଉପରେ ସ୍ୱଳ୍ପ ସମୟର ଆଲୋଚନା ପରେ ଏହା ସର୍ବସମ୍ମତିକ୍ରମେ ଗୃହର ଅନୁମୋଦନ ଲାଭ କରିଥିଲା। ବିଲର ସଂଶୋଧନ ଅନୁସାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ ଆଇନ-୧୯୯୩ର ଧାରା ୯(ଉପଧାରା-୧)ରେ ସଂଶୋଧନ କରାଯାଇ ରାଜ୍ୟରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାର ସର୍ଭେ କମିଶନ ସମୟ-ସମୟରେ କରିବେ ଓ ଏହା ରାଜ୍ୟ ସରକାର ସ୍ଥିର କରିବେ ବୋଲି ଆଇନରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ପ୍ରସ୍ତାବ ଗୃହର ଅନୁମୋଦନ ଲାଭ କରିବାପରେ ଏହାକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ।
ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ ଜାନୁୟାରୀ ୧୨ତାରିଖରେ ଏକ ସଂକଳ୍ପ ପ୍ରସ୍ତାବ ଆଗତ କରି ରାଜ୍ୟରେ ଓବିସି ଚିହ୍ନଟ ପ୍ରକ୍ରିୟା ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲା। ମାତ୍ର ଓବିସି ଚିହ୍ନଟ ପ୍ରକ୍ରିୟା ସମ୍ଭବପର ନୁହେଁ ବୋଲି କେନ୍ଦ୍ର ସରକାର ଦର୍ଶାଇବା ପରେ ରାଜ୍ୟ ସରକାର ବିଧାନସଭାରେ ଆଇନ ସଂଶୋଧନ ମାଧ୍ୟମରେ ନିଜ ତରଫରୁ ଓବିସି ଚିହ୍ନଟ ପ୍ରକ୍ରିୟା କରିବାକୁ ଲକ୍ଷ୍ୟ ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top