Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଓଡ଼ିଶା ଭିତରେ ପଶି ଓଡ଼ିଶାକୁ ଧମକ ଦେଉଛି ଆନ୍ଧ୍ର

ପାରଳାଖେମୁଣ୍ଡି, (ଓଡ଼ିଶା ଓ୍ବେୟାର) : ସୁଯୋଗ ଉଣ୍ଡି ଓଡ଼ିଶା ଭିତରକୁ ପଶି ଆସୁଛି ଆନ୍ଧ୍ର ପ୍ରଦେଶ। ଓଡ଼ିଶା ସୀମାନ୍ତରେ ନିର୍ମାଣ କରିଥିବା ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ବି ଦେଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲାରେ।
ମିଳିଥିବା ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ପ୍ରଦେଶ ସରକାର। ଦୁଇ ଦିନ ତଳେ ଏହି ଅଙ୍ଗନବାଡି କେନ୍ଦ୍ରକୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା। ଗତକାଲି ଆନ୍ଧ୍ରର କିଛି ଅଧିକାରୀ ପହଞ୍ଚି ଅଙ୍ଗନବାଡିରେ ପକାଯାଇଥିବା ତାଲାକୁ ଭାଙ୍ଗି ଦେଇଥିଲେ। ଆଉ ଆଜି ସେହି ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ପାଠପଢ଼ା ଯିବା ସହ ସେଠାରେ ପିଲାମାନଙ୍କୁ ଅଣ୍ଡା ବଣ୍ଟାଯାଇଥିବା ଜଣାପଡ଼ିଛି। ଏହାସହ ଆନ୍ଧ୍ରର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସଂପୃକ୍ତ ଅଞ୍ଚଳରେ ପହଞ୍ଚି ବୈଠକ କରି ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାସହ ଓଡ଼ିଶା ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ ଯଦି କୌଣସି ଅଧିକାରୀ ଆସି ଏହି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବାକୁ ଚେଷ୍ଟା କରିବେ, ତାଙ୍କ ବିରୋଧରେ ଆନ୍ଧ୍ର ସରକାର ଦୃଢ଼ କାର୍ଯ୍ୟ ଗ୍ରହଣ କରିବେ।
ସୀମାରେ ଅନୁପ୍ରବେଶ କରିବା ପାଇଁ ସବୁବେଳେ ଆନ୍ଧ୍ର ପ୍ରୟାସ କରୁଥିବା ବେଳେ ଓଡ଼ିଶା ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top