Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବ୍ଲେଡ୍‌ରେ ପୁଅ ଓ ସ୍ତ୍ରୀଙ୍କ ବେକ କାଟି ନିଜେ ଝୁଲିପଡ଼ିଲା !

ବ୍ରହ୍ମପୁର,(ଓଡ଼ିଶା ଓ୍ବେୟାର) : ଜଣେ ବାପା କଣ ଏତେ କ୍ରୁର ହୋଇପାରେ? ଜଣେ ସ୍ୱାମୀ କଣ ଏତେ ଭୟାନକ ହୋଇପାରେ? କାରଣ ସେ ନିଜର ୧୦ ମାସର ପୁଅ ଓ ସାତ ଜନମର ସାଥୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି! ହେକ୍ସା ବ୍ଲେଡ୍‌ରେ ପୁଅ ଓ ସ୍ତ୍ରୀଙ୍କ ବେକ କାଟି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି! ଆଜି ଏପରି ନୃଶଂସ ଓ ହୃଦୟ ବିଦାରକ ଘଟଣା ବ୍ରହ୍ମପୁର ଚମାଖଣ୍ଡି ଥାନା ପୁଟବଗଡ଼ ଗାଁରେ ଘଟିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି।
ପୂରା ଘଟଣାଟି ଏମିତି। ପୁଟବଗଡ଼ ଗାଁର ସୁଜନ ପ୍ରଧାନ ଜଣେ ଚାଷୀ। ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି। ୩ ବର୍ଷ ତଳେ ସୁମିତ୍ରାଙ୍କୁ ସେ ବିବାହ କରିଥିଲେ। ବିବାହ ପରେ ଠିକ୍‌ଠାକ୍‌ ଚାଲିଥିଲା ପରିବାର। ତାଙ୍କର ୧୦ ମାସର ପୁଅଟି ଅଛି। ପରେ ସେ ଭାଇମାନଙ୍କଠାରୁ ଅଲଗା ହୋଇ ରହୁଥିଲେ। ସୁଜନ ଘରର ଉପର ମହଲାରେ ରହୁଥିବା ବେଳେ ଅନ୍ୟ ଭାଇ ଓ ପରିବାର ଲୋକ ତଳ ଘରେ ରହୁଥିଲେ।
ପରିବାର ଲୋକଙ୍କ କହିବା ଅନୁସାରେ ଚଳିତବର୍ଷ ଋଣ ଓ ଧାର ଉଧାର କରି ଚାଷ କରିଥିଲେ ସୁଜନ। ହେଲେ ସ୍ୱଳ୍ପ ବର୍ଷା ସବୁକିଛି ଓଲଟ ପାଲଟ କରିଦେଲା। ଭଲ ଚାଷ ନହେବାରୁ ଋଣ ଟଙ୍କା ପରିଷୋଧକୁ ନେଇ ଚିନ୍ତାରେ ଥିଲେ। ଯାହାକୁ ନେଇ ମଝିରେ ମଝିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ବାପ ଘରକୁ ଚାଲି ଯାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପରିବାର ଲୋକେ ବୁଝାସୁଝା କରି ଶାଶୂ ଘରେ ଛାଡ଼ି ଯାଇଥିଲେ।
ସବୁଦିନ ପରି ମଙ୍ଗଳବାର ରାତିରେ ଖାଇ ପିଇ ପୂରା ପରିବାର ଘରେ ଶୋଇଥିଲେ। ହେଲେ ଆଜି ସକାଳେ କିନ୍ତୁ କବାଟ ଖୋଲିନଥିଲେ। ସୁଜନଙ୍କ ସାନ ବଜାରରୁ ଚାଉଳ ଆଣିବା ପାଇଁ ତାଙ୍କ କବାଟ ବାଡ଼େଇ ଥିଲେ। ମାତ୍ର ସେ କବାଟ ଖୋଲିନଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରି ସେ ଫେରି ସାହି ପଡ଼ିଶାଙ୍କୁ ଡାକିଥିଲେ। ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଜବତ କରିଥିଲା।
ସୁଜନ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପତ୍ନୀ ଓ ୧୦ ମାସ ପୁଅର ଗଳା କଟା ଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସୁଜନ ହେକ୍ସା ବ୍ଲେଡ୍‌ରେ ସୁମିତ୍ରା ଓ ପୁଅ ରମେଶର ଗଳା କାଟି ହତ୍ୟା କରିଛନ୍ତି। ପରେ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top