Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅନୁଭବଙ୍କ ପାଇଁ ବିଜେଡି ଅଡ଼ୁଆରେ

ଦଳୀୟ ସାଂସଦ ଅନୁଭବ ମହାନ୍ତିଙ୍କ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ଓ ଉଚ୍ଚାରଣ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ବିଜେଡିର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ସମେତ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରାଯିବା ସହ ସାଂସଦଙ୍କ ଏଭଳି ଆଚରଣକୁ ସମସ୍ତେ ନିନ୍ଦା କରୁଥିବାବେଳେ ବିଜେଡି ଆଶ୍ଚର୍ଯ୍ୟଜନକ ଭାବେ ନିରବତା ଅବଲମ୍ବନ କରିଛି। ବିଜେଡିର ଏଭଳି ନିରବତା ଓ ନିରବ ସମର୍ଥନ ଯୋଗୁ ପୂର୍ବରୁ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର, ନିର୍ଯାତନା ଓ ନିଜର ପଡ଼ୋଶୀଙ୍କୁ ଅଶାଳୀନ ବ୍ୟବହାର କରିଥିବା ସାଂସଦ ଶ୍ରୀ ମହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ହିଁ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ବଳପ୍ରୟୋଗ କରି ତାଙ୍କୁ ସର୍ବସାଧାରଣରେ ଅପମାନିତ କରାଇବାକୁ ପଛାଇ ନାହାନ୍ତି ।

ଭୁବନେଶ୍ୱର(ଓଡ଼ିଶା ୱେୟାର): ଦଳୀୟ ସାଂସଦ ଅନୁଭବ ମହାନ୍ତିଙ୍କ ଔଦ୍ଧତ୍ୟପୂର୍ଣ୍ଣ ଆଚରଣ ଓ ଉଚ୍ଚାରଣ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ବିଜେଡିର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ସମେତ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରାଯିବା ସହ ସାଂସଦଙ୍କ ଏଭଳି ଆଚରଣକୁ ସମସ୍ତେ ନିନ୍ଦା କରୁଥିବାବେଳେ ବିଜେଡି ଆଶ୍ଚର୍ଯ୍ୟଜନକ ଭାବେ ନିରବତା ଅବଲମ୍ବନ କରିଛି। ବିଜେଡିର ଏଭଳି ନିରବତା ଓ ନିରବ ସମର୍ଥନ ଯୋଗୁ ପୂର୍ବରୁ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର, ନିର୍ଯାତନା ଓ ନିଜର ପଡ଼ୋଶୀଙ୍କୁ ଅଶାଳୀନ ବ୍ୟବହାର କରିଥିବା ସାଂସଦ ଶ୍ରୀ ମହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ହିଁ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ବଳପ୍ରୟୋଗ କରି ତାଙ୍କୁ ସର୍ବସାଧାରଣରେ ଅପମାନିତ କରାଇବାକୁ ପଛାଇ ନାହାନ୍ତି ।
ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ମହାନ୍ତିଙ୍କୁ କ୍ଷମତାସୀନ ବିଜେଡି ସରକାର ସୁରକ୍ଷା ଦେଇଥିବାରୁ ମହିଳା ସାମ୍ବାଦିକାଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ପୀଡ଼ିତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରି ନାହିଁ । ସେହିପରି ନିଜର ପଡ଼ୋଶୀ ଥିବା ଜଣେ ଛାତ୍ର ନେତାଙ୍କୁ ସର୍ବସାଧାରଣରେ ଗାଳିଗୁଲଜ ସହ ମରଣାନ୍ତକ ଆକ୍ରମଣ କରିଥିବା ମାମଲାରେ ବି ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ପୁଲିସ୍ ଏପର୍ଯ୍ୟନ୍ତ ସାମାନ୍ୟତମ ପଦକ୍ଷେପ ନେଇନାହାନ୍ତି । ଏହି ଦୁଇଟି ଯାକ ମାମଲା କଟକସ୍ଥିତ ପୁରୀଘାଟ ଥାନାରେ ରୁଜୁ ହୋଇଥିବାବେଳେ ଶାସକ ଦଳର ସାଂସଦ ଯୋଗୁ ତାଙ୍କୁ ଛୁଇଁବାକୁ ଏପର୍ଯ୍ୟନ୍ତ ପୁଲିସ୍ ସାହାସ କରିପାରିନାହିଁ । ଯଦିଓ ଉଭୟ ମାମଲାରେ ଶ୍ରୀ ମହାନ୍ତିଙ୍କ ଔଦ୍ଧତ୍ୟପୂର୍ଣ୍ଣ ଆଚରଣକୁ ସାଧାରଣ ଲୋକେ ସୋଶାଲ ମିଡିଆରେ ଦେଖିବାର ସୁଯୋଗ ପାଇଛନ୍ତି । ତେଣୁ ଉପରୋକ୍ତ ଦୁଇଟି ମାମଲାରେ ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ ତାଙ୍କୁ ପୁଲିସ୍ ଛୁଇଁନଥିବାବେଳେ ତାଙ୍କଦ୍ୱାରା ଦୁର୍ବ୍ୟବହାର ଓ ବିଭିନ୍ନ ପ୍ରକାରର ଧମକ ପାଉଥିବା କେନ୍ଦ୍ରାପଡ଼ାରେ ସାମ୍ବାଦିକ ମନୋଜ କୁମାର ସ୍ୱାଇଁଙ୍କ ଅଭିଯୋଗ ଉପରେ ଓଡ଼ିଶା ପୁଲିସ କେତେ ତତ୍ପରତା ଦେଖାଇବ ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।
ସାଂସଦ ଶ୍ରୀ ମହାନ୍ତି ଗତକାଲି କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଯେଭଳି ଅଶାଳୀନ ଆଚରଣ ପ୍ରଦର୍ଶନ କଲେ ତାକୁ ବିରୋଧ କରି କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବାବେଳେ ବିଭିନ୍ନ ସାମ୍ବାଦିକ ସଂଘ ମଧ୍ୟ ତୀବ୍ର ପ୍ରତିକ୍ରିୟାଶୀଳ ସାଂସଦଙ୍କ ଆଚରଣକୁ ନିନ୍ଦା କରିଛନ୍ତି । ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ମଧ୍ୟ ସାଂସଦ ଶ୍ରୀ ମହାନ୍ତିଙ୍କ ଦ୍ୱାରା ସାମ୍ବାଦିକଙ୍କ ପ୍ରତି ଆଚରଣକୁ ନିନ୍ଦା କରିବା ସହ ଏହା ବିଜେଡିର ଅହଙ୍କାର ବଢ଼ି ଯାଇଥିବାକୁ ଦର୍ଶାଉଛି ବୋଲି କହିବାକୁ ପଛାଇ ନାହାନ୍ତି । ଏପରିକି ଦୀର୍ଘଦିନ ଧରି ବିଜେଡି ରାଜ୍ୟରେ ଶାସନରେ ରହିବା ଯୋଗୁ ସାଂସଦ ଶ୍ରୀ ମହାନ୍ତି ଗଣମାଧ୍ୟମ ପ୍ରତି ଏଭଳି ଅଶାଳୀନ ଆଚରଣ ପ୍ରଦର୍ଶନ କରିବାକୁ ସାମାନ୍ୟତମ ଭୃକ୍ଷେପ କରିନଥିବା କହିଛନ୍ତି । ଏହି ଘଟଣାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ କଂଗ୍ରେସ ଦାବି କରିଛି ।
ତେବେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସତ୍ତେ୍ୱ ଘଟଣାର 48 ଘଣ୍ଟା ପରେ ବି ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଉଚିତ୍ ମନେକରିନି । କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦଳୀୟ ସାଂସଦଙ୍କ ଆଚରଣକୁ ନିନ୍ଦା କରିବା ତ ଦୂରର କଥା ଘଟଣାକୁ ନେଇ ବିଜେଡିର ମୁଖପାତ୍ରମାନେ ମୁହଁ ଖୋଲୁନାହାନ୍ତି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର ହୋଇଥିବାବେଳେ ଶାସକ ବିଜେଡିର କୌଣସି ନେତା ଏନେଇ ମୁହଁ ଖୋଲୁନଥିବାରୁ ଜିଲ୍ଲା ପୁଲିସଠାରୁ ଯେ ତ୍ୱରିତ୍ ନ୍ୟାୟ ମିଳିବ ତାହା ଆଶା କରିବା ବୃଥା । ଅବଶ୍ୟ ସାଂସଦ ଶ୍ରୀ ମହାନ୍ତିଙ୍କ ଏଭଳି ଆଚରଣକୁ ବିଜେଡିର ଅନେକ ନେତା ଅଣଆନୁଷ୍ଠାନିକ ଭାବେ ନାପସନ୍ଦ କରୁଛନ୍ତି । କିନ୍ତୁ ସେମାନେ ଆନୁଷ୍ଠାନିକ ଭାବେ ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରୁଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ସାଂସଦ ଶ୍ରୀ ମହାନ୍ତିଙ୍କ ଏଭଳି ଗୋଟିଏପରେ ଗୋଟିଏ ଔଦ୍ଧତ୍ୟପୂର୍ଣ୍ଣ ଓ ହିଂସାତ୍ମକ କାର୍ଯ୍ୟକୁ ପ୍ରଶୟ ଦେଇ ବିଜେଡି ପରୋକ୍ଷରେ ନିଆଁକୁ ଅଣ୍ଟିରେ ସାଇତି ରଖିବାକୁ ପ୍ରୟାସ କରୁନି ତ? ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମର ସ୍ୱାଧୀନତା ଓ ସମ୍ବିଧାନରେ ଅହିଂସା ଶବ୍ଦକୁ ସାମିଲ କରିବା ସପକ୍ଷରେ ଯୁକ୍ତି ବାଢ଼ୁଥିବାବେଳେ ନିଜ ଦଳର ସାଂସଦଙ୍କ ଏଭଳି ଆଚରଣକୁ ନେଇ ଚୁପ୍ ରହିବା ଓ ଦଳ ପକ୍ଷରୁ ଆଭିମୁଖ୍ୟ ସ୍ପଷ୍ଟ କରାନଯିବା ପରୋକ୍ଷରେ ବିଜେଡିର ବେପରୁୱା ମାନସିକତାକୁ ପଦାରେ ପକାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top