Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବିକାଶକେନ୍ଦ୍ରିକ ବଜେଟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ ବାସ୍ତବ ଭାବେ ବିକାଶକେନ୍ଦ୍ରିକ, ଚାଷୀ,ଗରିବ,ମହିଳା,ଯୁବ ଓ ଅନୁସୂଚିତ ଜାତି-ଜନଜାତି ବର୍ଗର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଥିବା ବଜେଟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସରକାର କେବଳ ପ୍ରତିଶ୍ରୁତିରେ ନୁହେଁ ବାସ୍ତବ କାମରେ ବିଶ୍ୱାସ କରନ୍ତି । ଆମ କାମ ହିଁ କଥା କହେ ।
ଏହି ବଜେଟ ସରକାରଙ୍କ ଭଲ କାମକୁ ଜାରି ରଖିବାରେ ସହାୟକ ହେବ । କାଳିଆ ଯୋଜନା, କାଳିଆ ବୃତ୍ତି ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପିଲାଙ୍କ ବୃତ୍ତି, ଆମ ଗାଁ ଆମ ବିକାଶ, ମଧୁବାବୁ ପେନସନ ଯୋଜନା, ଗୃହନିର୍ମାଣ, ପାନୀୟ ଜଳ, ସମସ୍ତଙ୍କ ପାଇଁ ବିଦ୍ୟୁତ, ନିଯୁକ୍ତି ସୃଷ୍ଟି ଓ ରାଜସ୍ୱ ସୃଷ୍ଟି ଏବଂ ମେକ୍ ଇନ୍ ଓଡ଼ିଶା ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବା ପାଇଁ ବଜେଟରେ ଆବଶ୍ୟକ ବ୍ୟବସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବଜେଟ୍ ସବୁବର୍ଗଙ୍କୁ ନିରାଶ କରିଛି : ବିଜେପି
ରାଜ୍ୟ ସରକାର ଆଗତ କରିଥିବା ବଜେଟରେ କୌଣସି ନୂଆ ଘୋଷଣା ନାହିଁ । ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ଉଦ୍ୟମ ହୋଇଛିି ଓ ସବୁବର୍ଗଙ୍କୁ ନିରାଶ କରାଯାଇଛି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତିା ଏହି ବଜେଟର ରୂପରେଖ ହେଉଛି ପୁରୁଣା ବୋତଲରେ ନୁଆ ଲେବଲ ଲାଗିବା ଭଳିା ନିର୍ବାଚନ ପୂର୍ବରୁ ବୋଧହୁଏ ଏହି ବଜେଟ ତାଙ୍କର ଶେଷ ବଜେଟ ବୋଲି ମୁଖ୍ୟମନ୍ତ୍ରୀ ଜାଣିସାରିଲେଣି। ସେଥିପାଇଁ ବଜେଟ୍ ପ୍ରସ୍ତୁତିରେ ନବୀନ ବାବୁଙ୍କର ଉତ୍ସାହ କମିଯାଇଛି। କୌଣସି ନୂଆ ଘୋଷଣା ଏହି ବଜେଟରେ ନକରିବା ସରକାରଙ୍କର ମନୋବଳ ଭାଙ୍ଗିଯାଇଥିବାକୁ ପ୍ରମାଣିତ କରୁଛି। ନିର୍ବାଚନକୁ ଆଖି ଆଗରେ ରଖି କାଳିଆ ଯୋଜନାରେ ୪୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ରାଜ୍ୟରେ ଚାଷୀମାନଙ୍କ ଅସନ୍ତୋଷରେ ସରକାର ଭୟ କରି ଏପରି କରିଛନ୍ତି । ପୁରୁଣା ପାପକୁ କାଳିଆ ଯୋଜନାରେ ଧୋଇବାର ପ୍ରୟାସ ହୋଇଛି । ମାତ୍ର ଏଥିରେ କେତେ ଭାଗଚାଷୀ ଲାଭବାନ ହେବେ ତାହା ଏକ ବଡ଼ ପ୍ରଶ୍ନ । କାରଣ ରାଜ୍ୟରେ ଭାଗଚାଷୀ ଗଣନା ଏଯାଏଁ ହୋଇନାହିଁ। ପକ୍କାଘର, ପିଇବା ପାଣି, ସାମାଜିକ ନିରାପତ୍ତା ପେନସନ ଆଦିରେ ବଜେଟ ରାଶି କମିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top