Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ତୈଳ ଦର କେନ୍ଦ୍ର କମାଇଲା ଅଢ଼େଇ ଟଙ୍କା ,ଓଡ଼ିଶାକୁ ଅପେକ୍ଷା

ଭୁବନେଶ୍ୱର: ଦୀର୍ଘଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବଢ଼ିବା ପରେ ଆଜି କେନ୍ଦ୍ର ସରକାର ଏଥିରେ ଲିଟର ପିଛା ଅଢ଼େଇ ଟଙ୍କା ହ୍ରାସ କରିଛନ୍ତି।କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ସୂଚନା ଦେବା ସହ ସମସ୍ତ ରାଜ୍ୟ ସରକାରମାନେ ଅଢ଼େଇ ଟଙ୍କା ହ୍ରାସ କରନ୍ତୁ ବୋଲି ଚିଠି ଲେଖି ଅନୁରୋଧ କରିଥିଲେ।କେନ୍ଦ୍ରର ଏଭଳି ଆଭିମୁଖ୍ୟ ପରେ ୧୧ଟି ରାଜ୍ୟ ତୈଳ ଦରରେ ଲିଟରପିଛା ଅଢ଼େଇ ଟଙ୍କା ହ୍ରାସ କରିଥିବାବେଳେ ଓଡ଼ିଶା ଏହା ଉପରେ ବିଚାର କରିବ ବୋଲି କହିଛନ୍ତି।
ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ କେନ୍ଦ୍ର ଯେଉଁ ତୈଳ ଦର ଲିଟର ପିଛା ୨.୫୦ଟଙ୍କା ହ୍ରାସ କଲା ସେଥିରେ ଓଡ଼ିଶା ୬୫ ପଇସାର ରାଜସ୍ୱ ହରାଇବ।ତେବେ ଓଡ଼ିଶା ସରକାର ତୈଳ ଦର ହ୍ରାସ ପ୍ରସ୍ତାବ ଉପରେ ବିଚାରବିମର୍ଶ କରୁଛନ୍ତି।ଖୁବଶୀଘ୍ର ନିଷ୍ପତି ନେବେ।
ଅନ୍ୟପକ୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାର ୧.୫୦ ପଇସା ଉତ୍ପାଦନ ଶୁଳ୍କ ହ୍ରାସ କରିଥିବାବେଳେ ତୈଳ କମ୍ପାନୀଗୁଡ଼ିକ ନିଜର ଲାଭରୁ ୧ଟଙ୍କା ହ୍ରାସ କରିଛନ୍ତି। ରାଜ୍ୟଗୁଡ଼ିକ ମଧ୍ୟରେ ଅନୁରୂପ ପଦକ୍ଷେପ ନେଇ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ଉଚିତ୍।
Click to comment

Leave a Reply

Your email address will not be published. Required fields are marked *

Most Popular

To Top