Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୨୦୨୪ ରୋଡ୍ ମ୍ୟାପ୍ : ସବୁ ସାଂଗଠନିକ ଜିଲ୍ଲାରେ ଗୋଟିଏ ଦିନରେ ବସିଲା ବିଜେପିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ବିଜେପି ନିଜର ସବୁ ସାଂଗଠନିକ ଜିଲ୍ଲାରେ ଗୋଟିଏ ଦିନରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ କରିଥିଲା । ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହୋଇଥିବା ଦୁଇ ସୂତ୍ରୀ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଂଚାଇବା ଉଦ୍ଦେଶ୍ୟରେ ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରାଜ୍ୟବ୍ୟାପୀ ସବୁ ସାଂଗଠନିକ ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି ।
ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ଏକକାଳୀନ କାର୍ଯ୍ୟକାରିଣୀ ବୈଠକ ବସି ତୃଣମୂଳ ସ୍ତରରେ ବୁଥକୁ ସଶକ୍ତ ଓ ସକ୍ରିୟ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଓଡ଼ିଶାରେ ବିଜେଡିର ଅପାରଗ, ଭ୍ରଷ୍ଟାଚାର ଓ ଗରିବ ବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ତୃଣମୂଳ ସ୍ତରରେ ରାଜନୈତିକ ଲଢ଼େଇ କରାଯିବ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଓଡ଼ିଶା ପାଇଁ ଦେଉଥିବା ସମସ୍ତ କେନ୍ଦ୍ରୀୟ ଯୋଜନାର ଲାଭ କିଭଳି ଓଡ଼ିଶା ଲୋକ ପାଇବେ ଓ ବିଜେପି ଏହାକୁ ନେଇ ଜନସାଧାରଣଙ୍କୁ ଅବଗତ କରାଯିବା ପାଇଁ ଆଜି ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଆଜିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ବେକାରୀ ସମସ୍ୟା, ଚାଷୀ ଓ ଚାଷ ସମସ୍ୟା, ଶକ୍ଷା ସମସ୍ୟା, ଦୁର୍ନୀତି ଓ ଭ୍ରଷ୍ଟାଚାର, ପ୍ରଧାନମନ୍ତ୍ରୀ ଆବାସ ବଂଟନରେ ଅନିୟମତତା, ମହିଳାଙ୍କ ଆର୍ôଥକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ, ସ୍ୱାସ୍ଥ୍ୟ ସେବା ଓ ପାନୀୟ ଜଳ, ଆଦିବାସୀ-ଦଳୀତଙ୍କୁ ଅଣଦେଖା, ଓବିସି ବର୍ଗଙ୍କୁ ଅବହେଳା, ସମବାୟ ସଂସ୍ଥାର ଅଚଳାବସ୍ଥା ସମେତ ସ୍ଥାନୀୟ ସମସ୍ୟାକୁ ନେଇ ରାଜନୈତିକ ଚିଠା ପ୍ରସ୍ତାବକୁ ଆଗତ ହୋଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ପ୍ରଦାନ,ଓଡ଼ିଶାକୁ ୨୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ, ଏସଏଚଜି ସୁଧଛାଡ, ଜାତୀୟ ରାଜପଥ ଓ ରେଳସେବା କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, ଜି-୨୦ସମ୍ମିଳନୀ ପାଇଁ ଓଡ଼ିଶାକୁ ଗୁରୁତ୍ୱ, ୫ଜି ନେଟୱାର୍କ ସେବା ପ୍ରଚଳନ, ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ପ୍ରଭୃତିରେ ଓଡ଼ିଶାକୁ ବିପୁଳ ଅର୍ଥ ପ୍ରଦାନ କରିଥିବା ସମ୍ପର୍କରେ କାର୍ଯ୍ୟକାରିଣୀ ତରଫରୁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ରାଜ୍ୟ ତଥା ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନର ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ୍ ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା । ଆଜି ଅନୁଷ୍ଠିତ ହୋଇଥିବା ସବୁ ସାଂଗଠନିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଦଳର ରାଜ୍ୟସ୍ତରୀୟ ନେତାମାନେ ପର୍ଯ୍ୟବେକ୍ଷକ ଭାବେ ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top