Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୁଲାତାନପୁର ଲୋଧିଠାରେ ଗୁରୁନାନକ ଜୟନ୍ତୀରେ ଯୋଗଦେଲେ ବାଚସ୍ପତି

ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ପଞ୍ଜାବର ସୁଲତାନପୁର ଲୋଧିଠାରେ ମହାନ ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ (ପ୍ରକାଶ ପର୍ବ)ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।

ଭୁବନେଶ୍ୱର (ଓଡ଼ିଶା ୱେୟାର): ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ପଞ୍ଜାବର ସୁଲତାନପୁର ଲୋଧିଠାରେ ମହାନ ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ (ପ୍ରକାଶ ପର୍ବ)ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।
ଏହି ଉପଲକ୍ଷେ ଐତିହାସିକ ବେର୍‌ସାହିବ୍‌ ଗୁରୁଦ୍ୱାରଠାରେ ଆୟୋଜିତ ସଭାରେ ଯୋଗଦେଇ ଡ. ପାତ୍ର କହିଥିଲେ ଯେ ଗୁରୁନାନକ ଦେବ ସୁଲତାନପୁର ଲୋଧିଠାରେ ୧୪ ବର୍ଷ ବିତାଇଥିଲେ। ସେ ପ୍ରତ୍ୟହ ପବିତ୍ର କାଲିବେନ୍‌ ନଦୀରେ ସ୍ନାନ କରି ବେର୍‌ ଗଛମୂଳରେ ଧ୍ୟାନ କରୁଥିଲେ। ପ୍ରଥମ ସ୍ନାନ ପରେ ତାଙ୍କର ଦିବ୍ୟଜ୍ଞାନ ପ୍ରାପ୍ତି ହୋଇଥିଲା। ସେ ଆହୁରି କହିଥିଲେ ଯେ ଗୁରୁନାନକଙ୍କ ମତରେ କେବଳ ଜଣେ ଈଶ୍ୱର ଅଛନ୍ତି ଓ ସେ ହେଉଛନ୍ତି ସତ୍ୟ। ସେ ପ୍ରଥମ ଶିଖ୍‌ଗୁରୁଙ୍କର ଜୟନ୍ତୀରେ ଯୋଗଦେଇ ନିଜକୁ ଗର୍ବିତ ମନେ କରୁଛନ୍ତି। ଗୁରୁନାନକ ଦେବ ଧାର୍ମିକ ସୁଧାର ଓ ସଂସ୍କାର ଆଣିଥିଲେ ଏବଂ ମାନବଠାରେ ଥିବା ଲୁକାୟିତ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ କରିଥିଲେ। ସେ ଥିଲେ ଅସାମାନ୍ୟ ସାଧୁ। ବର୍ତ୍ତମାନ ମଧ୍ୟ ତାଙ୍କ ବାଣୀର ପ୍ରସଙ୍ଗିକତା ରହିଛି ବୋଲି ବାଚସ୍ପତି ଡ. ପାତ୍ର କହିଥିଲେ।
ଏହି ଅବସରରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧ କମିଟିର ଅଧ୍ୟକ୍ଷ ଗୋବିନ୍ଦ ସିଂହ ଲଙ୍ଗ୍‌ୱାଲ୍‌ ଓ ପୂର୍ବତନ ଅଧ୍ୟକ୍ଷା ବିବି ଜାଗିର୍‌ କୌର୍‌ଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top