Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ

ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ। ବିଧାନସଭାର ଏହି ଅଧିବେଶନ ବେଶ୍ ଉଷ୍ମ ହେବ ବୋଲି ଆକଳନ କରାଯାଉଥିବାବେଳେ ପ୍ରଥମଦିନରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ମଧ୍ୟ ଆଗତ ହେବାର କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ। ବିଧାନସଭାର ଏହି ଅଧିବେଶନ ବେଶ୍ ଉଷ୍ମ ହେବ ବୋଲି ଆକଳନ କରାଯାଉଥିବାବେଳେ ପ୍ରଥମଦିନରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ମଧ୍ୟ ଆଗତ ହେବାର କାର୍ଯ୍ୟକ୍ରମ ରହିଛି।
ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଧିବେଶନର ପ୍ରଥମଦିନରେ ଗୃହରେ ୩ଜଣ ପୂର୍ବତନ ବିଧାୟକ ଓ ଜଣେ ଶହୀଦ ପୁଲିସ ଯବାନଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବା ସହ ଏହା ଉପରେ ଆଲୋଚନା ହେବ। ପୂର୍ବତନ ବିଧାୟକ ସହୁରା ମଲ୍ଲିକ, ଉଦିତ୍ ପ୍ରତାପ ଦେଓ ଓ ବୃନ୍ଦାବନ ପାତ୍ରଙ୍କ ସମେତ ଓଡ଼ିଶା ପୁଲିସର ସଶସ୍ତ୍ର ଯବାନ ଜୟରାମ କବାସିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସିବ।
ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ମସିହାରେ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ଏପଟେ ଓଡିଶା ବିଧାନସଭାକୁ ପେପରଲେସ୍ କରିବା ପାଇଁ ଆରମ୍ଭ ହୋଇଛି ପ୍ରକିୟା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ,ପ୍ରଥମେ ପ୍ରଶ୍ନ ଉତ୍ତର ଗୁଡିକୁ ନେସନାଲ ଇ-ବିଧାନ ଆପ୍ଲିକେସନ ବା ନେଭା ଆପ୍ ମାଧ୍ୟମରେ ଉପଲବଧ ହେବ। ବିଧାୟକମାନେ ଚାହିଁଲେ ଏହି ଆପ୍ ମାଧ୍ୟମରେ ପ୍ରଶ୍ନ ପଚାରି ଅନଲାଇନରେ ଉତ୍ତର ପାଇ ପାରିବେ। ତେବେ ଯେଉଁ ବିଧାୟକମାନେ ଏନେଇ ପ୍ରଶିକ୍ଷଣ ନେବାକୁ ଚାହିଁବେ ସେମାନଙ୍କୁ ଏହି ସୁଯୋଗ ଦିଆଯିବ। ତା’ସହ ବିଧାନସଭାକୁ ସମ୍ପୂର୍ଣ୍ଣ ଓ୍ୱାଇଫାଇ କରାଯିବ ବୋଲି ବାଚସ୍ପତି କହିଛନ୍ତି।
ଆସନ୍ତାକାଲି ପୂର୍ବାହ୍ନରେ ଉଭୟ ବିଜେଡି ଓ ବିଜେପିର ବିଧାୟକ ଦଳ ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top