Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ଜର୍ମାନୀରେ ପିଜ୍ଜା ଡେଲିଭରୀ ବୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା କରିବା ପରେ ରାଷ୍ଟ୍ରପତି ଅଶରଫ ଗନିଙ୍କ ସମେତ ଅନେକ ବଡ଼ ନେତା ଦେଶ ଛାଡ଼ି ପଳାଇଛନ୍ତି। ଏହାରି ଭିତରେ ଜର୍ମାନୀରୁ ଆଫଗାନିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯାହାକି ଏବେ ଭାଇରାଲ ହେଉଛି। ଆଫଗାନ ସରକାରରେ ସଞ୍ଚାର ମନ୍ତ୍ରୀ ଥିବା ସୟେଦ ଅହମଦ ଶାହ ସାଦତ୍‌ ତାଲିବାନ ଶାସନକୁ ଆସିବା ପରେ ଆଫଗାନିସ୍ତାନ ଛାଡ଼ି ଦେଇଥିଲେ। ରିପୋର୍ଟ ମୁତାବକ, ସେ ବର୍ତ୍ତମାନ ସମୟରେ ଜର୍ମାନୀରେ ଅଛନ୍ତି। ଏକ ଟ୍ଵିଟ୍‌ ମୁତାବକ, ଅହମଦ ଶାହ ସାଦତ୍‌ ଜର୍ମାନୀରେ ପିଜ୍ଜା ଡେଲିଭର କରୁଥିବାର ନଜର ଆସିଛନ୍ତି। ତେବେ କହି ରଖୁଛୁ କି, ଆଫଗାନ ଉପରେ ତାଲିବାନ କବ୍‌ଜା କରିବା ସମୟରେ ଅହମଦ ମନ୍ତ୍ରୀ ନ ଥିଲେ। ସେହି ଏହି ପଦରୁ ଏକ ବର୍ଷ ପୂର୍ବରୁ ଇସ୍ତଫା ଦେଇ ସାରିଥିଲେ। ଖବର ରହିଛି, ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ଜର୍ମାନୀରେ ପିଜ୍ଜା ଡେଲିଭରୀ ବୟ ବନିଯାଇଛନ୍ତି। ପିଜ୍ଜା ଡେଲିଭର କରି ସେଠାରେ ସେ ଜୀବନଯାପନ କରୁଛନ୍ତି। ଭାଇରାଲ ଫଟୋରେ ଅହମଦ ଶାହ ସାଦତ୍‌ ସାଇକେଲରେ ପିଜ୍ଜା ଡେଲିଭର କରୁଥିବାର ଦେଖିବାକୁ ମିଳୁଛନ୍ତି। ଯଦିଓ ଏହାକୁ ନେଇ ତାଙ୍କର କୌଣସି ବୟାନ ସାମ୍ନାକୁ ଆସିନି। ସୂଚନାଥାଉ କି, ଆଫଗାନିସ୍ତାନରେ ତାଲିବାନର ଏଣ୍ଟ୍ରି ପରେ ରାଷ୍ଟ୍ରପତି ଅଶରଫ ଗନି କାବୁଲ ଛାଡ଼ି ବର୍ତ୍ତମାନ ୟୁଏଇରେ ଅବସ୍ଥାନ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top